ଦ୍ୱିତୀୟ ଦିନରେ ପୁରୀ ଏମାର ମଠର ଉଛେଦ ଜାରି । ଜିଲ୍ଲାପାଳ ବୁଝାସୁଝା କରିବା ପରେ ମୌନବ୍ରତ ଭାଙ୍ଗିଲେ ମହନ୍ତ : ସେପଟେ ଭୂତଳ ଘର ନେଇ ବଢୁଛି ଉତ୍କଣ୍ଠା Kanak News
କନକ ବ୍ୟୁରୋ : ପୁରୀରେ ଦ୍ୱିତୀୟ ଦିନ ପାଇଁ ଚାଲିବ ବହୁ ଚର୍ଚ୍ଚିତ ଏମାର ମଠର ଉଛେଦ କାମ । ଗତକାଲି ମଠର ପଛ ପାଶ୍ୱର୍ର ଉଛେଦ କାମ ହୋଇଛି । ଆଜି ଏହି ଉଛେଦ ଆଗକୁ ବଢିବ । ସେପଟେ ଉଛେଦ ବିରୋଧରେ ଗତକାଲି ମଠର ମହନ୍ତ ରାଜଗୋପାଳ ରାମାନୁଜ ଦାଶ ଗୋଟିଏ ଘରେ ଏକାକୀ ଧ୍ୟାନରେ ବସିଥିବାରୁ ଏହାକୁ ଭଙ୍ଗା ଯାଇ ପାରିନଥିଲା । ତେବେ ଏହା ମଧ୍ୟରେ ପ୍ରଶାସନ ତାଙ୍କ ସହିତ ଆଲୋଚନା କରି ତାଙ୍କୁ ମନେଇବାରେ ସଫଳ ହୋଇଛି । ତେଣୁ ଆଜି ୯ ଶହ ବର୍ଷର ଏହି ପୁରୁଣା ମଠ ଉଛେଦ କାମ ଆଗକୁ ବଢିବ ।
ମଠ ଭାଙ୍ଗିବା ବେଳେ ସମସ୍ତଙ୍କ କୌତୁହଳ ବି ବଢ଼ୁଛି ବାସ୍ତବରେ ଏହା ମଧ୍ୟରେ କଣ ସବୁ ରହିଛି । ଗତକାଲି ମଠର ପଛ ପାର୍ଶ୍ୱ କାନ୍ଥକୁ ବୁଲଡୋଜର ଭାଙ୍ଗି ଭାଙ୍ଗି ଯାଉଥିବା ବେଳେ ଦେଖିବାକୁ ମିଳିଲା, ମାଟି ତଳେ ଲୁଚି ରହିଥିବା ଏକ ଗୁପ୍ତ କୋଠରୀ । ଯାହା ଭିତରକୁ ସ୍ନେକ ହେଲ୍ପଲାଇନର ସଦସ୍ୟମାନେ ଯାଇ ଯାଂଚ କରିଥିଲେ । ଗତକାଲି ସଂଧ୍ୟା ବେଳେ ସାମନାକୁ ଆସିଥିଲା, ସୁଢ଼ଙ୍ଗ ଭଳି ଦେଖା ଯାଉଥିବା ଏକ ଭୂତଳ କୋଠରୀ । ଯାହା କେତେ ବାଟ ପର୍ଯ୍ୟନ୍ତ ଲମ୍ବିଛି, ତାହା ଏବେ ବି ରହସ୍ୟ ଘେରରେ ରହିଛି । ଆଜି ଉଛେଦ ଆଗକୁ ବଢିଲେ ଏହା ନେଇ ଅଧିକ ସୂଚନା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।
from Kanak News https://ift.tt/2MLqczs https://ift.tt/2NEv4pp
No comments: