ଆଜି ଠାରୁ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ବିରାଟଙ୍କ ଆଗରେ ରେକର୍ଡ ସୁଯୋଗ, ମ୍ୟାଚ୍ ଜିତିଲେ ସର୍ବାଧିକ ଟେଷ୍ଟ ବିଜୟୀ ଅଧିନାୟକ ହେବେ କୋହଲି । Kanak News

କନକ ବ୍ୟୁରୋ : ଆଜି ଠାରୁ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ସାବିନା ପାର୍କ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ । ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟକୁ ଭାରତ ଦମଦାର ବିଜୟ ହାସଲ କରିଥିବାରୁ ଦ୍ୱିତୀୟ ଟେଷ୍ଟରେ ଦଳ ବିଜୟୀ ହେଲେ କୋହଲିଙ୍କ ନାଁରେ ଯୋଡି ହେବ ସର୍ବାଧିକ ଟେଷ୍ଟ ବିଜୟର ରେକର୍ଡ ।

ପ୍ରଥମ ଟେଷ୍ଟରେ ବୁମରା, ସାମି ଓ ଇଶାନ୍ତ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ । ରାହାଣେ ଓ ବିରାଟ କୋହଲି ବ୍ୟାଟରେ ଚମକ ଦେଖାଇଥିଲେ । ତେଣୁ ଦ୍ୱିତୀୟ ଟେଷ୍ଟରେ ଏହି ଖେଳାଳିଙ୍କ ଠାରୁ କ୍ୟାପଟେନ୍ କୋହଲି ଭଲ ପ୍ରଦର୍ଶନ ଆଶା ରଖିବେ । ତେବେ ଆଜିର ମ୍ୟାଚ୍ ଜିତି ସିରିଜ କବଜା କରିବା ଲକ୍ଷ୍ୟରେ ରହିବ ବିରାଟ ବାହିନୀ । ସେପଟେ ସିରିଜ୍ ବଞ୍ଚାଇବାକୁ ୱେଷ୍ଟଇଣ୍ଡିଜ୍ ମଧ୍ୟ ଜୋରଦାର ପ୍ରୟାସ କରିବ ।

ଚାପରେ ପନ୍ତ

ପ୍ରଥମ ଟେଷ୍ଟ୍‌ର ଉଭୟ ପାଳିରେ ବିଫଳ ହୋଇଥିବା ଭାରତର ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତଙ୍କ ଉପରେ ଅଧିକ ଚାପ ରହିବ । ଦଳୀୟ ଅଧିକାରୀମାନେ ଅଭିଜ୍ଞ ଋଦ୍ଧିମାନ ସାହାଙ୍କୁ ବସାଇ ତାଙ୍କୁ ପ୍ରଥମ ଟେଷ୍ଟ୍‌ରେ ସୁଯୋଗ ଦେଇଥିଲେ । ହେଲେ ସେ ଆଶାଜନକ ପ୍ରଦର୍ଶନ କରି ପାରି ନାଥିଲେ । ଦିନିକିଆ ଶୃଙ୍ଖଳାରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉତ୍ସାହଜନକ ନଥିଲା । ଏଣୁ ଦ୍ବିତୀୟ ଟେଷ୍ଟ୍‌ରେ ଭଲ ନକଲେ ଆଗାମୀ ସମୟରେ ଦଳରେ ପନ୍ତଙ୍କ ସ୍ଥାନ ଟଳମଳ ହୋଳପାରେ । ସେହିଭଳି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲ ମଧ୍ୟ ଭଲ କରି ନାହାନ୍ତି । ତେବେ ତାଙ୍କୁ ଦଳୀୟ ପରିଚାଳକ ଆଉ ଏକ ସୁଯୋଗ ଦେବାର ଯଥେଷ୍ଟ ସମ୍ଭାବନା ରହିଛି ।

ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଲୋକେଶ ରାହୁଲ, ଅଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ଋଷବ ପନ୍ତ, ରବୀନ୍ଦ୍ର ଜାଦେଜା, ମହମ୍ମଦ ସାମି, ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା।



from Kanak News https://ift.tt/30L8QWC https://ift.tt/2ZtuNw0
ଆଜି ଠାରୁ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ବିରାଟଙ୍କ ଆଗରେ ରେକର୍ଡ ସୁଯୋଗ, ମ୍ୟାଚ୍ ଜିତିଲେ ସର୍ବାଧିକ ଟେଷ୍ଟ ବିଜୟୀ ଅଧିନାୟକ ହେବେ କୋହଲି । Kanak News ଆଜି ଠାରୁ ଭାରତ-ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟେଷ୍ଟ । ବିରାଟଙ୍କ ଆଗରେ ରେକର୍ଡ ସୁଯୋଗ, ମ୍ୟାଚ୍ ଜିତିଲେ ସର୍ବାଧିକ ଟେଷ୍ଟ ବିଜୟୀ ଅଧିନାୟକ ହେବେ କୋହଲି । Kanak News Reviewed by SUBHENDU BARAL on August 29, 2019 Rating: 5

No comments:

Powered by Blogger.