ରାଜଧାନୀରେ ରାତି ଅଧରେ ଡବଲ ଏନକାଉଣ୍ଟର ! ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ Kanak News

କନକ ବ୍ୟୁରୋ : ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଅପରାଧିକ ଘଟଣା ବଢିବାରେ ଲାଗିଛି। ଏହା ରାଜଧାନୀବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ରାଜଧାନୀରେ ଘଟିଛି ଡବଲ ଏନକାଉଣ୍ଟର। ଏହି ଏନକାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧି ଆହତ ହୋଇଛନ୍ତି। ଆହତ ଅପରାଧିମାନେ ହେଲେ ବିବେକ ଓ ଅରୁଣ। ସେମାନଙ୍କ ନାମରେ ବିଭିନ୍ନ ଥାନାରେ ଡକାୟତି ଓ ଲୁଟରେ ସମ୍ପୃକ୍ତ ଥିବା ଅଭିଯୋଗ ରହିଛି।

ଉଲ୍ଲେଖଯୋଗ୍ୟ ଯେ, ଦିନକୁ ଦିନ ରାଜଧାନୀ ଭୁବନେଶ୍ୱରରେ ଚୋରି, ଡକାୟତି ସହ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ଏହାକୁ ନେଇ ରାଜଧାନୀବାସୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଉଛି। ଦୁଇଦିନ ତଳେ ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଥିଲା ରସୁଲଗଡ଼ରେ। ଘରକୁ ଫେରୁଥିବା ବେଳେ ରସୁଲଗଡ଼ରେ ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରି ଫେରାର ହୋଇଥିଲେ। ଏହାର ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳର ଲୋକେ ଉତ୍ତ୍ୟକ୍ତ ହୋଇ ରସୁଲଗଡ଼ ଛକରେ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ। ଯାହା ପୁଲିସ ପାଇଁ ଚିନ୍ତାର କାରଣ ପାଲଟିଥିଲା।



from Kanak News https://ift.tt/2KrZQyS https://ift.tt/2SZSfeG
ରାଜଧାନୀରେ ରାତି ଅଧରେ ଡବଲ ଏନକାଉଣ୍ଟର ! ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ Kanak News ରାଜଧାନୀରେ ରାତି ଅଧରେ ଡବଲ ଏନକାଉଣ୍ଟର ! ପୋଲିସ ଗୁଳିରେ ୨ ଦୁର୍ଦ୍ଦାନ୍ତ ଅପରାଧୀ ଆହତ Kanak News Reviewed by SUBHENDU BARAL on August 02, 2019 Rating: 5

No comments:

Powered by Blogger.