ଆଜି ୭୩ ତମ ସ୍ୱାଧୀନତା ଦିବସ ପାଳୁଛି ସାରା ଦେଶ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ଉଡାଇଲେ ତ୍ରିରଙ୍ଗା Kanak News

କନକ ବ୍ୟୁରୋ : ଲାଲକିଲ୍ଲାରେ ଉଡିଲା ତ୍ରିରଙ୍ଗା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପତାକା ଉତ୍ତୋଳନ କରିଛନ୍ତି । ତେବେ ପତାକା ଉତ୍ତୋଳନ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୭୩ ତମ ସ୍ୱାଧୀନତା ଦିବସ ପାଳୁଛି ସାରାଦେଶ । କାଶ୍ମୀରଠାରୁ କନ୍ୟାକୁମାରୀ, ଗୁଜୁରାଟଠାରୁ ଗୌହାଟୀ ସବୁଠି ଉଡୁଛି ତ୍ରିରଙ୍ଗା । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା । ଏହି ପରିପ୍ରେକ୍ଷୀରେ ସାରା ଦେଶରେ ଉତ୍ସବର ମାହୋଲ । ଆଜି ଦେଶର ସ୍ୱାଧୀନତା ପ୍ରାପ୍ତିକୁ ୭୨ ବର୍ଷ ପୂରଣ ହୋଇଛି । ଦୀର୍ଘ ୨ ଶହ ବର୍ଷ ଧରି ଇଂରେଜ ଶାସନ ପରେ ୧୯୪୭ ମସିହା ଆଜିର ଦିନରେ ଦେଶ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତାର ବର୍ଷ ପୂର୍ତି ଅବସରରେ ଦେଶବ୍ୟାପୀ ଉତ୍ସବର ମାହୋଲ ଦେଖିବାକୁ ମିଳିଛି । ସ୍ୱାଧୀନତା ପାଇଁ ପ୍ରାଣବଳୀ ଦେଇଥିବା ସଂଗ୍ରାମୀଙ୍କୁ ମନେ ପକାଇ ଶ୍ରଦ୍ଧାଂଜଳି ଜ୍ଞାପନ କରୁଛନ୍ତି ଦେଶବାସୀ ।

from Kanak News https://ift.tt/2KM6j7L https://ift.tt/2Mi7OOf
No comments: