ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବାକୁ ଧମକ। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘର ଚେତାବନୀ Kanak News

କନକ ବ୍ୟୁରୋ: ସରକାର ସମସ୍ୟା ସମାଧାନ ନ କଲେ ଆସନ୍ତା ‘ଗୁରୁ ଦିବସ’କୁ କଳା ଦିବସ ଭାବରେ ପାଳନ କରାଯିବ। ଏଭଳି ଚେତାବନୀ ଦେଇଛି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ପ୍ରାପ୍ତ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘ। ୨୦୦୮ ଜୁନ୍ ୧ରୁ ୨୦୧୩ ନଭେମ୍ବର ୩୦ ପର୍ଯ୍ୟନ୍ତ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କୁ ଏହି ଚେତାବନୀ ଦେଇଛନ୍ତି।

ସେମାନେ କହିଛନ୍ତି ଯେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ, ସେମାନଙ୍କୁ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ଦିଆଯାଇଛି। ଓଡ଼ିଶାର ପ୍ରାୟ ୩ଶହ ମହାବିଦ୍ୟାଳୟର ୩ ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରୁଛନ୍ତି। ସରକାରଙ୍କ ନିୟମ ଅନୁଯାୟୀ, ୭ଘଣ୍ଟକ୍ଷ କାର୍ଯ୍ୟ କରୁଥିବା ବାୟାମେଟ୍ରିକ୍ ମେସିନରେ ପ୍ରମାଣ ରହିଛି। ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀଙ୍କୁ ସ୍ଥାୟୀ କରିବା ପାଇଁ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି। କିନ୍ତୁ ଉଚ୍ଚଶିକ୍ଷା ନିର୍ଦ୍ଦେଶାଳୟ ଏମାନଙ୍କୁ ସରକାରୀ କର୍ମଚାରୀ ଅନ୍ତର୍ଭୁକ୍ତ କରିନାହାନ୍ତି। ତେଣୁ ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ଦିଆନଗଲେ ଏହି ଗୁରୁ ଦିବସକୁ କଳା ଦିବସ ଭାବେ ପାଳନ କରାଯିବ। ଏହାସହ ଆଗକୁ ଆନ୍ଦୋଳନ ଜୋରଦାର ହେବ ବୋଲି ପକ୍ଷରୁ ଚେତାବନୀ ଦିଆଯାଇଛି ।



from Kanak News https://ift.tt/2HqgVbr https://ift.tt/2Zm0aEE
ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବାକୁ ଧମକ। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘର ଚେତାବନୀ Kanak News ଗୁରୁ ଦିବସକୁ କଳା ଦିବସ ଭାବେ ପାଳିବାକୁ ଧମକ। ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମଚାରୀ ସଂଘର ଚେତାବନୀ Kanak News Reviewed by SUBHENDU BARAL on August 25, 2019 Rating: 5

No comments:

Powered by Blogger.