ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍ କଲେ ସ୍ୱାମୀ Rajalaxmi Sahoo

ନୟାଗଡ଼: ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍ କଲେ ସ୍ୱାମୀ। ନୟାଗଡ଼ ଜିଲ୍ଲାରୁ ଏଭଳି ଅଭିଯୋଗ ଆସିଛି। ଏନେଇ ସ୍ୱାମୀଙ୍କ ବିରୋଧରେ ନୂ‌ଆଗାଁ ଥାନାରେ ପତ୍ନୀ ଅଭିଯୋଗ କରିଛନ୍ତି।

ପତ୍ନୀଙ୍କ  ଅଭିଯୋଗ ଅନୁସାରେ, ସ୍ୱାମୀ ଅଧିକ ଯୌତୁକ ଦାବି କରି ମହିଳାଙ୍କୁ ବାରମ୍ବାର ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ।

ଫଳରେ ଏଥିରେ ଅତିଷ୍ଠ ହୋଇ ମହିଳା ଜଣକ ବାପ ଘରକୁ ଚାଲିଯାଇଥିଲେ। ଏଥିରେ ପ୍ରତିକ୍ରିୟାଶୀଳ ହୋଇ ସ୍ୱାମୀ ତାଙ୍କ ସହ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୋଶାଲ୍‌ ମିଡିଆରେ ଭାଇରାଲ କରି ଦେଇଥିବା ନେଇ ମହିଳା ଜଣକ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ନୂଆଗାଁ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଚଲାଇଛି।



from OTV Khabar. https://ift.tt/2OdVXCB
ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍ କଲେ ସ୍ୱାମୀ Rajalaxmi Sahoo ସୋଶାଲ୍‌ ମିଡିଆରେ ପତ୍ନୀଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ୍ କଲେ ସ୍ୱାମୀ Rajalaxmi Sahoo Reviewed by SUBHENDU BARAL on July 22, 2019 Rating: 5

No comments:

Powered by Blogger.