ହାଇଦ୍ରାବାଦ: ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଚେନ୍ନାଇ ଯିବାକୁ ଥିବା ଦୁଇଟି ବିମାନରେ ବୋମା ଥିବା ନେଇ ଖବର ଆସିଥିଲା। ହେଲେ ଖୋଳତାଡ଼ ପରେ ଏହି ଖବର ଗୁଜବ ବୋଲି ଜଣାପଡିଥିଲା। ସିଆରପିଏଫ ଦୁଇ ବିମାନକୁ କଡ଼ାକଡ଼ି ଯାଞ୍ଚ କରିବା ପରେ ଏହା ସ୍ପଷ୍ଟ କରିଛି। ଏଭଳି ମିଥ୍ୟା ଖବର ପ୍ରଚାର କରି ଲୋକଙ୍କୁ ଭୟଭୀତ କରିଥିବାରୁ ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ଗତକାଲି ବିଜେପିର ସଦସ୍ୟ ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦ ଆସିବାର ଥିଲା। ଏଥିପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏହି ସମୟରେ ସମ୍ପୃକ୍ତ ଯୁବକ ଜଣକ ବିମାନରେ ବୋମା ଖଞ୍ଜା ହୋଇଥିବା ନେଇ ଖବର ଦେଇଥିଲେ। ଫଳରେ ବିମାନ ବନ୍ଦରରେ ଉପସ୍ଥିତ ପୁଲିସ ଏବଂ ସିଆରପିଏଫ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ଏହାପରେ ପୁଲିସ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା।
ଯେଉଁ ବିମାନରେ ବୋମା ଖଞ୍ଜା ହୋଇଛି ବୋଲି ଯୁବକ ଜଣକ ସୂଚନା ଦେଇଥିଲେ ସେହି ବିମାନରେ ସେ ଚେନ୍ନାଇକୁ ଯିବାର ଥିଲା। ସେ ସିକନ୍ଦରାବାଦ ସ୍ଥିତ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି। ଏକତରଫା ପ୍ରେମରେ ବିଫଳ ହେବା ପରେ ସେ ଚେନ୍ନାଇ ଫେରି ଯାଉଥିଲେ।
from OTV Khabar. https://ift.tt/2RZVkdW
No comments: