ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି ଶେଷ Rajalaxmi Sahoo

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ଏନେଇ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଭାଇଭଉଣୀଙ୍କୁ ଧରି ଗୁଣ୍ଡିଚା ଯାତ୍ରାରେ ଯିବେ ଜଗତର ନାଥ ଶ୍ରୀଜଗନ୍ନାଥ। ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନଙ୍କ ମହାମିଳନକୁ ସମସ୍ତେ ଅପେକ୍ଷା କରିଛନ୍ତି।  ଆଜି ସକାଳୁ ଶ୍ରୀଜିଉଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି ଓ ଅବକାଶ ନୀତି ଶେଷ ହୋଇଛି। ନୀତି ନିର୍ଘଣ୍ଟ ଅନୁସାରେ ନୀତିକାନ୍ତି କରାଯାଉଛି।

ରଥଯାତ୍ରା ପାଇଁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରାଯାଇଛି। ସମଗ୍ର ପୁରୀ ସହରକୁ ପୁଲିସ ଛାଉଣିରେ ପରିଣତ ହୋଇଛି। ଜଳ, ସ୍ଥଳ ଓ ଆକାଶପଥରେ ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା କରାଯାଇଛି।



from OTV Khabar. https://ift.tt/2JlEW3S
ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି ଶେଷ Rajalaxmi Sahoo ମହାପ୍ରଭୁଙ୍କ ମଙ୍ଗଳ ଆଳତି, ମଇଲମ, ତଡ଼ପଲାଗି, ଅବକାଶ ନୀତି ଶେଷ Rajalaxmi Sahoo Reviewed by SUBHENDU BARAL on July 03, 2019 Rating: 5

No comments:

Powered by Blogger.