କଟକ ତାଳଦଣ୍ଡା କେନାଲ୍ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର Rajalaxmi Sahoo

କଟକ: କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ପୁଲିସ୍ ଏହି ମୃତଦେହକୁ ଉଦ୍ଧାର କରିଛି।

ମୃତକଙ୍କ ମୁଣ୍ଡରେ ଗଭୀର କ୍ଷତ ତ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଖବର ପାଇ ଘଟଣାସ୍ଥଳରେ ମଙ୍ଗଳାବାଗ ପୁଲିସ୍‌, ସାଇଣ୍ଟିକ୍‌ଫିକ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ବ୍ୟକ୍ତି ଜଣକ ଦିନ ମଜୁରିଆ ଭାବରେ କାମ କରୁଥିବା ଜଣାପଡ଼ିଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ।

ପୁଲିସ୍‌ ଘଟଣାର ତଦନ୍ତ କରୁଛି।



from OTV Khabar. https://ift.tt/2JLzRD2
କଟକ ତାଳଦଣ୍ଡା କେନାଲ୍ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର Rajalaxmi Sahoo କଟକ ତାଳଦଣ୍ଡା କେନାଲ୍ ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର Rajalaxmi Sahoo Reviewed by SUBHENDU BARAL on July 22, 2019 Rating: 5

No comments:

Powered by Blogger.