ଆଜି ଆସିବ ପାଟକୁରା ନିର୍ବାଚନ ଫଳ । କିଏ ଜିତିବ, କିଏ ହାରିବ ତା ଉପରେ ରହିଛି ନଜର Kanak News

କନକ ବ୍ୟୁରୋ : ପାଟକୁରାରେ କିଏ ଜିତିବ- ବିଜେଡି ନା ବିଜେପି? ଏଥର ବିଜୟ ମହାପାତ୍ର ବିଧାନସଭାକୁ ଯିବେ ନା ତାଙ୍କ ରାଜନୈତିକ କ୍ୟାରିଅରର ଅନ୍ତ ଘଟିବ? ସମସ୍ତଙ୍କ ମନରେ ଏମିତି ଅନେକ ପ୍ରଶ୍ନ। ତେବେ ରାତି ପାହିଲେ ସବୁ କଳ୍ପନାଜଳ୍ପନାର ଅବସାନ ଘଟିବ। ବୁଧବାର ପ୍ରକାଶ ପାଇବ ବହୁଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ। ତେଣୁ କେବଳ ପାଟକୁରା ନୁହେଁ, ଏହା ଉପରେ ସମଗ୍ର ରାଜ୍ୟର ନଜର କେନ୍ଦ୍ରୀଭୂତ ହୋଇଛି। ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି ।

ଏହି ନିର୍ବାଚନମଣ୍ଡଳୀରେ ୩୦୯ଟି ବୁଥ୍ ରହିଥିବାରୁ ମୋଟ ୧୮ଟି ରାଉଣ୍ଡରେ ଭୋଟ ଗଣତି ହେବ। ଏଥିପାଇଁ ୧୮ଟି ଟେବୁଲର ବ୍ୟବସ୍ଥା କରାଯାଇଛି । ତିନି ଥାକିଆ ସୁରକ୍ଷା ବ୍ୟବସ୍ଥାରେ ମୋଟ ୧୨ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହା ସହିତ ଇଭିଏମ୍ ସୁରକ୍ଷା ପାଇଁ ମଧ୍ୟ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇ ଅପରାହ୍ନ ୩ଟା ସୁଦ୍ଧା ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନଙ୍କୁ ଅନୁମତି ମିଳିଛି କେବଳ ସେହିମାନେ ହିଁ ଭୋଟ ଗଣତି କେନ୍ଦ୍ର ଭିତରକୁ ପ୍ରବେଶ କରି ପାରିବେ । ଉଲ୍ଲେଖଯୋଗ୍ୟ ଯେ ପାଟକୁରା ବିଧାନସଭା ଆସନ ପାଇଁ ଗତ ୨୦ ତାରିଖରେ ହୋଇଥିବା ମତଦାନରେ ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ସହିତ ମୋଟ ୧୦ ଜଣ ପ୍ରତିଦ୍ୱନ୍ଦ୍ବିତା କରିଛନ୍ତି।



from Kanak News https://ift.tt/32QDeAu https://ift.tt/2LENEgU
ଆଜି ଆସିବ ପାଟକୁରା ନିର୍ବାଚନ ଫଳ । କିଏ ଜିତିବ, କିଏ ହାରିବ ତା ଉପରେ ରହିଛି ନଜର Kanak News ଆଜି ଆସିବ ପାଟକୁରା ନିର୍ବାଚନ ଫଳ । କିଏ ଜିତିବ, କିଏ ହାରିବ ତା ଉପରେ ରହିଛି ନଜର Kanak News Reviewed by SUBHENDU BARAL on July 23, 2019 Rating: 5

No comments:

Powered by Blogger.