ଆଜିଠୁ ମନ୍ତ୍ରୀଙ୍କ ମାସିକିଆ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭାଗୱାରୀ ସମୀକ୍ଷା ବେଳେ ମନ୍ତ୍ରୀମାନଙ୍କ ସହ କରିପାରନ୍ତି ୱାନ୍ ଟୁ ୱାନ୍ ଆଲୋଚନା

ଭୁବନେଶ୍ବର ୮/୭: ଆଜିଠୁ ମନ୍ତ୍ରୀଙ୍କ ମାସିକିଆ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜ ନିଜ ବିଭାଗର ମାସିକିଆ ରିପୋର୍ଟ ଦାଖଲ କରିଛନ୍ତି ସମସ୍ତ ମନ୍ତ୍ରୀ । ପ୍ରତି ମାସ ୭ ତାରିଖ ସୁଦ୍ଧା ସମସ୍ତ ମନ୍ତ୍ରୀ ନିଜ ବିଭାଗର ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ମାସଠାରୁ ହିଁ ନିୟମ କାର୍ଯ୍ୟକାରୀ ହୋଇଛି । 

ଆଜିଠାରୁ  ମୁଖ୍ୟମନ୍ତ୍ରୀ ଏହି ରିପୋର୍ଟଗୁଡ଼ିକୁ ସମୀକ୍ଷା କରିବେ । ଆବଶ୍ୟକ ହେଲେ ବିଭାଗୱାରୀ ସମୀକ୍ଷା ବେଳେ ମନ୍ତ୍ରୀମାନଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା ମଧ୍ୟ କରିପାରନ୍ତି ମୁଖ୍ୟମନ୍ତ୍ରୀ । ଗଲା ମାସେ ମଧ୍ୟରେ ପ୍ରତି ବିଭାଗ କଣ କାମ କରିଛି ସେ ସଂପର୍କରେ ପ୍ରସ୍ତୁତ ହୋଇଥିବା ରିପୋର୍ଟ ଉପରେ ସମୀକ୍ଷା ହେବ।



from News7 https://ift.tt/2FZQRTY
ଆଜିଠୁ ମନ୍ତ୍ରୀଙ୍କ ମାସିକିଆ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭାଗୱାରୀ ସମୀକ୍ଷା ବେଳେ ମନ୍ତ୍ରୀମାନଙ୍କ ସହ କରିପାରନ୍ତି ୱାନ୍ ଟୁ ୱାନ୍ ଆଲୋଚନା ଆଜିଠୁ ମନ୍ତ୍ରୀଙ୍କ ମାସିକିଆ କାମର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ବିଭାଗୱାରୀ ସମୀକ୍ଷା ବେଳେ ମନ୍ତ୍ରୀମାନଙ୍କ ସହ କରିପାରନ୍ତି ୱାନ୍ ଟୁ ୱାନ୍ ଆଲୋଚନା Reviewed by SUBHENDU BARAL on July 07, 2019 Rating: 5

No comments:

Powered by Blogger.