ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର : ବନକଲାଗି ନୀତି ଲାଗି ଆଜି ରାତି ୯ଟାରୁ ଦର୍ଶନ ବନ୍ଦ

ପୁରୀ ୭/୭: ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର । ଆଡପ ମଣ୍ଡପରେ ଶ୍ରୀଜିଉଙ୍କ ଦର୍ଶନକଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଜନ୍ମବେଦୀରୁ ଶ୍ରୀଜିଉଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ହଜାର ହଜାର ଭକ୍ତଙ୍କ ସୁଅ ଛୁଟିଛି ଶ୍ରୀକ୍ଷେତ୍ରକୁ । ଆଜି ରାତି ୯ଟା ଯାଏଁ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏହାପରେ ବନକ ଲାଗି ନୀତି ହେବ । ଶ୍ରୀମୁଖ ଶୃଙ୍ଗାର ଏକ ବିଶେଷ ନୀତି ହୋଇଥିବାରୁ ସର୍ବସାଧାରଣ ଦର୍ଶନ ରାତି ୯ଟାରୁ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ପରମ୍ପରା ଅନୁଯାୟୀ ହେରାପଞ୍ଚମୀ ପୂର୍ବଦିନ ପ୍ରଭୁଙ୍କ ବନକଲାଗି ନୀତି ହୋଇଥାଏ । ଏହି ନୀତି  ପ୍ରାୟ ୬ ଘଣ୍ଟା ଧରି ଚାଲିବ । ଶ୍ରୀଜିଉଙ୍କ ଶ୍ରୀମୁଖ ଶୃଙ୍ଗାରରେ କସ୍ତୁରୀ, କେଶର, ହରତାଳ, ହିଂଗୁରର ମିଶ୍ରଣକୁ ଲାଗି କରାଯାଇ ବନକଲାଗି କରାଯିବ ।ତେବେ ଆଜି ସକାଳୁ ଶ୍ରଦ୍ଧାଳୁ ସାହାଣମେଲା ଦର୍ଶନ କରିଥିବା ବେଳେ ବାକି ସମୟରେ ଭକ୍ତ ମାନେ ପାରିମାଣିକ ଟିକେଟ୍ କାଟି ଭିତରକାଠରୁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ ।  ଆସନ୍ତାକାଲି ହେରା ପଂଚମୀ ନୀତି ଅନୁଷ୍ଠିତ ହେବ । ରଥଯାତ୍ରାର ପଂଚମ ଦିନରେ ରଥ ଭାଙ୍ଗିବେ ଅଭିମାନୀନି ମାଆ ଲକ୍ଷ୍ମୀ ଠାକୁରାଣୀ ।



from News7 https://ift.tt/2XrX4Ow
ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର : ବନକଲାଗି ନୀତି ଲାଗି ଆଜି ରାତି ୯ଟାରୁ ଦର୍ଶନ ବନ୍ଦ ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ତିନି ଠାକୁର : ବନକଲାଗି ନୀତି ଲାଗି ଆଜି ରାତି ୯ଟାରୁ ଦର୍ଶନ ବନ୍ଦ Reviewed by SUBHENDU BARAL on July 06, 2019 Rating: 5

No comments:

Powered by Blogger.