ଇସଲାମାବାଦ: ପାକିସ୍ତାନୀ ଆଙ୍କରଙ୍କ ଆପଲ୍ କନ୍ଫ୍ୟୁଜନ୍। ପାକିସ୍ତାନର ଅର୍ଥନୀତି ସମ୍ପର୍କରେ ଆଲୋଚନା ବେଳେ Appleକୁ ନେଇ ନ୍ଦନ୍ଦ୍ୱରେ ପଡ଼ି ଯାଇଥିଲେ ନ୍ୟୁଜ୍ ଆଙ୍କର।
ପାକିସ୍ତାନର ଏକ ଘରୋଇ ଟିଭି ଚ୍ୟାନେଲ୍ରେ ବିଶ୍ୱ ବାଣିଜ୍ୟ ପ୍ରସଙ୍ଗକୁ ନେଇ ଆଲୋଚନା ହେଉଥିଲା। ପ୍ରସିଦ୍ଧ Apple Inc ବ୍ରାଣ୍ଡ୍ ନିଜ ବ୍ୟବସାୟକୁ ବିଶ୍ୱରେ ପରିବ୍ୟାପ୍ତ କରିପାରିଛି। ଏବେ Apple Incର ବ୍ୟବସାୟ ପୁରା ପାକିସ୍ତାନର ବଜେଟ୍ଠୁ ଅଧିକ ବୋଲି ଉପସ୍ଥିତ ଅତିଥି କହିଥିଲେ। ହେଲେ ଏହି ସମୟରେ ଆଙ୍କର ଜଣକ ଏହା ବୁଝି ନ ପାରି ଫଳ ସେଓ ସମ୍ପର୍କରେ ଆଲୋଚନା କରିଥିଲେ। ବଜାରରେ ସେଓର ଦାମ୍ ଅଧିକ ଥିବା କଥା ସେ କହିଥିଲେ। ଆଙ୍କରଙ୍କ ଏଭଳି କନ୍ଫ୍ୟୁଜନ୍କୁ ଉପସ୍ଥିତ ଅତିଥି ଦୂର କରିଥିଲେ। ଯାହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
ଲୋକେ ଆଙ୍କରଙ୍କ ଉପସ୍ଥିତ ବୃଦ୍ଧିକୁ ନେଇ ପ୍ରଶ୍ନ ଉଠାଇବା ସହ ଟ୍ରଲ୍ ମଧ୍ୟ କରିଛନ୍ତି।
Apple business and types of apple, just some regular tv shows in Pakistan.. pic.twitter.com/3Sr7IBl7ns
— Naila Inayat नायला इनायत (@nailainayat) July 4, 2019
from OTV Khabar. https://ift.tt/2JjmhH9
No comments: