ମୃତ ଶିଶୁ କନ୍ୟାର ଗୋଡ଼ ନେଇ ପଳାଇଲା କୁକୁର Rajalaxmi Sahoo

ସୋର(ଶଶିକାନ୍ତ ବେହେରା): ମୃତ ଶିଶୁ କନ୍ୟାକୁ ଡାକ୍ତରଖାନାରୁ ଝାମ୍ପି ନେଇ ଝୁଣି ଖାଇଲା କୁକୁର।  ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଏଭଳି ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଦୁଇ ଜଣ ଯୁବକ ଡାକ୍ତରଖାନାରୁ ଘରକୁ ଯାଉଥିବା ବେଳେ ରାସ୍ତା ଉପରେ  କୁକୁରଟି ଶିଶୁ କନ୍ୟାର ମୃତଦେହ ଖାଉଥିବା ଦେଖିବାକୁ ପାଇଥିଲେ। ପରେ ସେମାନେ କୁକୁରକୁ ଗୋଡ଼ାଇବାରୁ କୁକୁରଟି ଶିଶୁ କନ୍ୟାର ଗୋଡ଼ ନେଇ ପଳାଇ ଯାଇଥିଲା। ଏହାପରେ ସ୍ଥାନୀୟ ଲୋକେ ଏବଂ ଡାକ୍ତରଖାନାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍‌କୁ ଖବର ଦେଇଥିଲେ।

ପୁଲିସ୍ ମୃତ ଶିଶୁକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ଡାକ୍ତରଖାନା କର୍ମଚାରୀଙ୍କ ଖାମଖିଆଲି ଯୋଗୁ ବାରମ୍ବାର ଏଭଳି ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି।



from OTV Khabar http://bit.ly/2Mrz0e7
ମୃତ ଶିଶୁ କନ୍ୟାର ଗୋଡ଼ ନେଇ ପଳାଇଲା କୁକୁର Rajalaxmi Sahoo ମୃତ ଶିଶୁ କନ୍ୟାର ଗୋଡ଼ ନେଇ ପଳାଇଲା କୁକୁର Rajalaxmi Sahoo Reviewed by SUBHENDU BARAL on June 05, 2019 Rating: 5

No comments:

Powered by Blogger.