ଆବର୍ଜନା କୁଣ୍ଡରେ ପରିଣତ ହେଲା ବିଶ୍ୱର ଉଚ୍ଚତମ ଶୃଙ୍ଗ : ଦୁଇ ମାସର ସଫେଇ ଅଭିଯାନରେ ବାହାରିଲା ୧୧ହଜାର କିଲୋର ଆବର୍ଜନା  Kanak News

ଦୁନିଆର ସବୁଠାରୁ ଉଚ୍ଚତମ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟରେ ନେପାଳ ସରକାରଙ୍କ ଦୁଇ ମାସର ସଫେଇ ଅଭିଯାନ ସମୟରେ  ୧୧,୦୦୦ କିଲୋଗ୍ରାମ ଆବର୍ଜନା ଓ ୪ଟି ଶବ ବାହାରିଛି । ସେନାର ହେଲିକପ୍ଟର ଏଭରେଷ୍ଟ ଆଧାର ଶିବିରରୁ ଏହି ଆବର୍ଜନାକୁ କାଠମାଣ୍ଡୁ ଆଣିଲେ । ସେଥିରେ କେବଳ ସିଲିଣ୍ଡର, ପ୍ଲାଷ୍ଟିକ ବୋତଲ, ବ୍ୟାଟେରୀ, ଖାଦ୍ୟ ରଖାଯାଉଥିବା ବକ୍ସ, ମଣିଷ ମଳ ଓ ରୋଷେଇ ସମ୍ବନ୍ଧିତ ଆବର୍ଜନା ସାମିଲ ଥିଲା ।

ବିଶ୍ୱ ପରିବେଶ ଦିବସରେ କାଠମାଣ୍ଡୁରେ ନେପାଳର ସେନା ପ୍ରମୁଖ ଜେନେରାଲ ପୂର୍ଣ୍ଣଚନ୍ଦ୍ର ଥାପାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମରେ କିଛି ଆବର୍ଜନାକୁ ଏନଜିଓ ‘ବ୍ଲୁ ବେଷ୍ଟ ଟୁ ଭେଲ୍ୟୁ’କୁ ହସ୍ତାନ୍ତର କରାଗଲା । ଯାହାକି ପୁନଃଚକ୍ରଣ କରେ ।

ମାଉଣ୍ଟ ଏଭରେଷ୍ଟ ଆବର୍ଜନା କୁଣ୍ଡରେ ପରିଣତ ହୋଇଗଲାଣି । ପ୍ରତିବର୍ଷ ଶହ ଶହ ପର୍ବତାରୋହୀ, ଶେରପା ଏଭରେଷ୍ଟକୁ ଯାଆନ୍ତି । ଏବଂ ନିଜ ପଛରେ ଏହି ଉଚ୍ଚତମ ଶୃଙ୍ଗରେ ଟନ୍ ହିସାବରେ ଜୈବିକ ଓ ଅଜୈବିକ ଆବର୍ଜନା ଛାଡି କି ଆସନ୍ତି ।



from Kanak News http://bit.ly/2JYJik5 http://bit.ly/2Wjp46e

ଆବର୍ଜନା କୁଣ୍ଡରେ ପରିଣତ ହେଲା ବିଶ୍ୱର ଉଚ୍ଚତମ ଶୃଙ୍ଗ : ଦୁଇ ମାସର ସଫେଇ ଅଭିଯାନରେ ବାହାରିଲା ୧୧ହଜାର କିଲୋର ଆବର୍ଜନା  Kanak News ଆବର୍ଜନା କୁଣ୍ଡରେ ପରିଣତ ହେଲା ବିଶ୍ୱର ଉଚ୍ଚତମ ଶୃଙ୍ଗ : ଦୁଇ ମାସର ସଫେଇ ଅଭିଯାନରେ ବାହାରିଲା ୧୧ହଜାର କିଲୋର ଆବର୍ଜନା  Kanak News Reviewed by SUBHENDU BARAL on June 05, 2019 Rating: 5

No comments:

Powered by Blogger.