ଭୁବନେଶ୍ୱର: ଗୋଆ ଓ ଆଣ୍ଡାମାନ୍ ଭଳି ଚିଲିକାରେ ଚାଲିବ କ୍ରୁଜ୍। ଏଥିସହ କେରଳ ଭଳି ବୋଟ୍ ହାଉସ୍ ତଥା ଫ୍ଲୋଟିଂ ରେଷ୍ଟୁରାଷ୍ଟର ମଜା ମଧ୍ୟ ନେଇ ପାରିବେ ଚିଲିକାକୁ ଆସୁଥିବା ପର୍ଯ୍ୟଟକ। ଏଥିପାଇଁ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିଛି।
ଇଣ୍ଟିଗ୍ରେଟେଡ୍ କୋଷ୍ଟାଲ୍ ଜୋନ୍ ମ୍ୟାନେଜ୍ମେଣ୍ଟ୍(ଆଇସିଜେଡ୍ଏମ୍ପି) ଦ୍ୱାରା ନିଯୁକ୍ତ କନ୍ସଲଟିଂ ଫାର୍ମ ପ୍ରସ୍ତୁତ କରିଥିବା ଏହି ମାଷ୍ଟର ପ୍ଲାନ୍ ସମ୍ପର୍କରେ ସଚିବାଳୟରେ ବିସ୍ତୃତ ଆଲୋଚନା ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ରମ୍ଭାରେ ୩୨ ଏକର ଓ ସାତପଡ଼ାରେ ୮୦ରୁ ୯୦ ଏକର ସରକାରୀ ଜମି ଚିହ୍ନଟ ହୋଇଛି। ଏହି ଅଞ୍ଚଳରେ ଭିତ୍ତିଭୂମିର ବିକାଶ କରାଯିବ।
ପର୍ଯ୍ୟଟନ ବିଭାଗର ମିଳିତ ଉଦ୍ୟମରେ କରାଯିବାକୁ ଥିବା ଏହି ପ୍ରକଳ୍ପ ପାଇଁ ପାଣ୍ଠି ଯୋଗାଡ଼ ସହ ବେସରକାରୀ ସଂସ୍ଥାକୁ ଆତ୍କୃଷ୍ଟ କରିବା କାର୍ଯ୍ୟ ପର୍ଯ୍ୟଟନ ବିଭାଗ କରିବ। ଆସନ୍ତା ବର୍ଷକ ମଧ୍ୟରେ ଭିତ୍ତିଭୂମି ପ୍ରସ୍ତୁତ କରି ମାଷ୍ଟର ପ୍ଲାନ୍ ଅନୁଯାୟୀ ସମସ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଶା ପ୍ରକଟ କରିଛନ୍ତି।
from OTV Khabar http://bit.ly/2K1rLrB
No comments: