ଏହି ଦେଶରେ ମହିଳାମାନେ ହାଇ ହିଲ୍ ପିନ୍ଧିବା ବାଧ୍ୟତାମୂଳକ, ବ୍ୟାନ କରିବାକୁ ମହିଳା କଲେ ବିଦ୍ରୋହ  Kanak News

ଜାପାନରେ ମହିଳାଙ୍କ ହାଇ ହିଲ ପିନ୍ଧିବାକୁ ନେଇ ମନ୍ତ୍ରୀଙ୍କ ଦିଆଯାଇଥିବା ଏକ ବୟାନକୁ ନେଇ ବିବାଦ ଦେଖାଦେଇଛି । ମନ୍ତ୍ରୀ କହିଛନ୍ତି କି, କାର୍ଯ୍ୟସ୍ଥଳୀରେ ମହିଳାଙ୍କ ହାଇ ହିଲ ସ୍ୟାଣ୍ଡଲ ପିନ୍ଧିବାକୁ ଏବେ ସମାଜ ସ୍ୱୀକାର କରିନେଲାଣି । ଏମିତିରେ ଅନେକ ବର୍ଷ ପରେ ଏଥିରେ ପରିବର୍ତ୍ତନ ଆଣିବା ଠିକ୍ ନୁହେଁ । ଏବଂ ଅଫିସରେ ଜାପାନୀ ମହିଳାଙ୍କ ହାଇ ହିଲ ପିନ୍ଧିବା ଜରୁରୀ ହୋଇଗଲାଣି ।

ଜାପାନର ଚାକିରୀ କରୁଥିବା ମହିଳାମାନେ ଅଫିସରେ ହାଇ ହିଲ ସ୍ୟାଣ୍ଡଲ ପିନ୍ଧିବା ଉପରେ ନିଷେଧ କରିବା ପାଇଁ ଦାବି କରିଥିଲେ । ଏହା ଉପରେ ଦେଇଥିବା ପିଟିସନ୍ ଉପରେ ଜାପାନର ସ୍ୱାସ୍ଥ୍ୟ ଓ ଶ୍ରମ ମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ଅଫିସରେ ହାଇ ହିଲ ସ୍ୟାଣ୍ଡଲ ବିରୁଦ୍ଧରେ ୪ ଜୁନ୍ ପର୍ଯ୍ୟନ୍ତ ପାଖାପାଖି ୧୯ ହଜାର ଲୋକ ଏହି ପିଟିସନ୍ ଉପରେ ଦସ୍ତଖତ କରିଛନ୍ତି । ଯେଉଁଥିରେ ଦାବି କରାଯାଇଛି କି, ଅଫିସରେ ଡ୍ରେସକୋଡ ନାଁରେ ମହିଳାଙ୍କୁ ହାଇ ହିଲ ପିନ୍ଧିବାକୁ ବାଧ୍ୟ କରାନଯାଉ । ଏହି ପିଟିସନ୍ ସ୍ୱାସ୍ଥ୍ୟ ଓ ଶ୍ରମ ମନ୍ତ୍ରାଳୟକୁ ପଠାଯାଇଛି । ଏହି ଦାବି ସର୍ବପ୍ରଥମେ ଜାପାନୀ ଅଭିନେତ୍ରୀ, ଲେଖିକା ଓ ମହିଳା ଅଧିକାରୀଙ୍କ ପାଇଁ କାମ କରୁଥିବା ୟୁମି ଇସିକୱା ଉଠାଇଥିଲା । ଏହି ଦାବି ସମର୍ଥନରେ ୬୭ ହଜାର ଲୋକ ତାଙ୍କ ଟ୍ୱିଟକୁ ଲାଇକ୍ କରିଛନ୍ତି ଓ ୩୦ହଜାର ରିଟ୍ୱିଟ୍ କରିଛନ୍ତି ।



from Kanak News http://bit.ly/2WkO6BO http://bit.ly/2WtOmDP

ଏହି ଦେଶରେ ମହିଳାମାନେ ହାଇ ହିଲ୍ ପିନ୍ଧିବା ବାଧ୍ୟତାମୂଳକ, ବ୍ୟାନ କରିବାକୁ ମହିଳା କଲେ ବିଦ୍ରୋହ  Kanak News ଏହି ଦେଶରେ ମହିଳାମାନେ ହାଇ ହିଲ୍ ପିନ୍ଧିବା ବାଧ୍ୟତାମୂଳକ, ବ୍ୟାନ କରିବାକୁ ମହିଳା କଲେ ବିଦ୍ରୋହ  Kanak News Reviewed by SUBHENDU BARAL on June 06, 2019 Rating: 5

No comments:

Powered by Blogger.