ଭୁବନେଶ୍ୱର: ଜନ୍ତୁ-ମଣିଷ ବିବାଦର ସମାଧାନ ପାଇଁ ବନ ବିଭାଗର ନୂଆ ଯୋଜନା। ଏଣିକି କୁମ୍ଭୀରଙ୍କୁ ଟ୍ରାକିଂ କରିବ ବନ ବିଭାଗ। ରାଜ୍ୟରେ ପ୍ରଥମ ଥର ପାଇଁ କୁମ୍ଭୀରଙ୍କ ଦେହରେ ଲଗାଯିବ ରେଡିଓ କୋଲାର। ସାତକୋଶିଆର ଟିକରପଡ଼ାରେ ଚଳିତମାସ ଏହି କାର୍ଯ୍ୟର ଶୁଭାରମ୍ଭ କରାଯିବ।
ପୂର୍ବରୁ ମଧ୍ୟପ୍ରଦେଶର ଚମ୍ବଲରେ କୁମ୍ଭୀରଙ୍କ ଦେହରେ ଏଭଳି ରେଡିଓ କଲାର ଲଗାଯାଇଛି। ସେଠାକାର ବିଶେଷଜ୍ଞଙ୍କ ସହାୟତାରେ ଓଡ଼ିଶାରେ ଏହି ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ ହେବ ବୋଲି ରାଜ୍ୟ ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ଅଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ଫଳରେ କୁମ୍ଭୀରଙ୍କ ସ୍ଥିତି ସମ୍ପର୍କରେ ସଠିକ୍ ତଥ୍ୟ ମିଳିବ ଓ ସାଧାରଣରେ ଏହି ସୂଚନା ଦିଆଯାଇପାରିବ। ଏହାଦ୍ୱାରା ଲୋକେ ସତର୍କ ହୋଇପାରିବେ ବୋଲି ବନ ବିଭାଗ ଆଶା ରଖିଛି।
ଦେହରେ ରେଡିଓ କୋଲାର ଲଗାଯିବା ଦ୍ୱାରା ଗୋଟିଏ ସ୍ଥାନରୁ ଅନ୍ୟତ୍ର ସ୍ଥାନନ୍ତରିତ ହେଉଥିବା କୁମ୍ଭୀରଙ୍କ ଗତିବିଧି ସମ୍ପର୍କରେ ତଥ୍ୟ ସଂଗ୍ରହ ହୋଇପାରିବ। ପୂର୍ବରୁ ପ୍ରାୟ ୭ଶହ ଘଡିଆଳ କୁମ୍ଭୀରଙ୍କୁ ବିଭିନ୍ନ ସ୍ଥାନରେ ସ୍ଥାନାନ୍ତରିତ କରାଯାଇଛି। ମାତ୍ର ସେଗୁଡ଼ିକ କୁଆଡ଼େ ଗଲେ ତା’ର ହିସାବ ମିଳିପାରୁ ନାହିଁ। ଏହି ଯୋଜନା ଉଭୟ ସାଧାରଣ ଲୋକ ଓ ବନ ବିଭାଗ ପାଇଁ ଫଳପ୍ରଦ ହେବ ବୋଲି ଆଶା କରାଯାଉଛି। ଏଥିପୂର୍ବରୁ ହାତୀ, ବାଘ, ଅଲିଭ୍ ରିଡ୍ଲେ କଇଁଛଙ୍କ ଦେହରେ ରେଡିଓ କୋଲାର ଲଗାଯାଇଛି।
from OTV Khabar http://bit.ly/2WOjsoV
No comments: