କନକ ବ୍ୟୁରୋ : ତେଲେଙ୍ଗାନାରେ କଂଗ୍ରେସକୁ ବଡ଼ ଝଟକା । କଂଗ୍ରେସ ଦଳର ୧୨ ଜଣ ବିଧାୟକ ଦଳ ତ୍ୟାଗ କରି ଟିଆରଏସରେ ସାମିଲ ହେବା ପାଇଁ ବାଚସ୍ପତି ପି. ଶ୍ରୀନିବାସଙ୍କୁ ଭେଟି ଆବେଦନପତ୍ର ଦାଖଲ କରିଛନ୍ତି । ତେଲେଙ୍ଗାନା କଂଗ୍ରେସ ଅଧ୍ୟକ୍ଷ ଏନ୍. ଉତ୍ତମ କୁମାର ରେଡ୍ଡି କହିଛନ୍ତି ଯେ କଂଗ୍ରେସ ଗଣତାନ୍ତ୍ରିକ ଉପାୟରେ ଏହି ସମସ୍ୟାରୁ ବାହାରିବା ପାଇଁ ବାଟ ଖୋଜିବ । ତେଲେଙ୍ଗନା ବିଧାନସଭା ନିର୍ବାଚନରେ ଟିଆରଏସ୍ ମୋଟ ୧୧୯ ଆସନରୁ ୮୮ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ କେବଳ ୧୮ଟି ଆସନ ଦଖଲ କରିଥିଲା । ଏଭଳି ସ୍ଥିତିରେ ୧୨ ଜଣ ବିଧାୟକ ଦଳ ଛାଡ଼ି ଟିଆରଏସରେ ସାମିଲ ହେବାପାଇଁ ଆବେଦନ କରିବା ପରେ ଦଳର ସଙ୍କଟ ଜଟିଳ ରୂପ ନେଇଛି ।
ଗତକାଲି ୧୨ ଜଣ ବିଧାୟକଙ୍କ ଦଳ ବଦଳ ଯୋଜନା ଜଣାପଡ଼ିବା ପରେ ରାଜ୍ୟ କଂଗ୍ରେସ କାର୍ୟ୍ୟକର୍ତ୍ତାମାନେ ବିଧାନସଭା ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନେ ମୁହଁରେ କଳା ପଟି ବାନ୍ଧି ସରକାରଙ୍କ ବିରୋଧରେ ପ୍ରତିବାଦ କରିଛନ୍ତି । ବିଧାୟକଙ୍କୁ ପ୍ରଲୋଭନ ଦେଖାଇ ଦଳ ବଦଳ କରାଯାଉଥିବାରୁ ଏହା ଗଣତନ୍ତ୍ରର ହତ୍ୟା ବୋଲି ରାଜ୍ୟ କଂଗ୍ରେସ ସଭାପତି କହିଛନ୍ତି। ତେବେ ଏକାଥରକେ ୧୨ ବିଧାୟକ ଦଳ ବିରୋଧରେ ଏକ୍ଜୁଟ ହେବା ଦଳର କେନ୍ଦ୍ରୀୟ ନେତୃତ୍ବଙ୍କ ପାଇଁ ମଧ୍ୟ ଚିନ୍ତାର କାରଣ ହୋଇଛି ।
from Kanak News http://bit.ly/2wDL9lA http://bit.ly/2XystQa
No comments: