ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ । ଶ୍ରେଷ୍ଠ ଶହେରେ ଦୁଇ ଓଡିଆ : ୭୩ତମ ର୍ୟାଙ୍କରେ ଆଶୁତୋଷ ଓ ୯୧ତମ ସ୍ଥାନରେ ସଂଙ୍ଗୀତା ଅଗ୍ରୱାଲ Kanak News
କନକ ବ୍ୟୁରୋ : ପ୍ରକାଶ ପାଇଲା ନିଟ୍ ରେଜଲ୍ଟ । ମେଡିକାଲ ପାଠ୍ୟକ୍ରମରେ ନାମଲେଖା ପାଇଁ ଜାତୀୟ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ପରୀକ୍ଷା ବା ନିଟ୍ ଫଳ ପ୍ରକାଶ ପାଇଛି । ଓଡିଶାରୁ ୩୨ହଜାର ୩୭୮ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ୧୯ହଜାର ୨୪୪ଜଣ କୃତକାର୍ଯ୍ୟ ହୋଇଛନ୍ତି । ୧୩ହଜାର ୧୩୧ଜଣ ର୍ୟାଙ୍କ ପାଇବାରେ ବିଫଳ ହୋଇଛନ୍ତି । ଓଡିଶାର ପାସ୍ ହାର ୫୯.୪୪ପ୍ରତିଶତ ହୋଇଛି । ଏହା ଭିତରେ ଶ୍ରେଷ୍ଠ ଶହେ ଜଣଙ୍କ ମଧ୍ୟରେ ଦୁଇ ଓଡିଆ ସ୍ଥାନ ପାଇଛନ୍ତି । ମୋଟ ୭୨୦ ନମ୍ବରରୁ ୬୮୨ ରଖି ବଲାଙ୍ଗୀରର ଆଶୁତୋଷ ପଣ୍ଡା ୭୩ତମ ର୍ୟାଙ୍କରେ ରହିଛନ୍ତି ।
ସେହିପରି ୬୮୦ ନମ୍ବର ର୍ୟାଙ୍କ ରଖି ୯୧ତମ ର୍ୟାଙ୍କରେ ରହିଛନ୍ତି ସଂଙ୍ଗୀତା ଅଗ୍ରୱାଲ । ତେବେ ସଂଙ୍ଗୀତା ମହିଳା ବର୍ଗରେ ୧୭ତମ ର୍ୟାଙ୍କରେ ରହିଛନ୍ତି । ରାଜସ୍ଥାନର ନଳିନ ଖଣ୍ଡେଲୱାଲ ମୋଟ୍ ୭୦୧ନମ୍ବର ରଖି ଟପ୍ପର ହୋଇଛନ୍ତି । ତେବେ ୨୦୧୮ ତୁଳନାରେ ଓଡିଶାରେ ଏହି ରେଜଲ୍ଟ ଖରାପ ହୋଇଛି । ୨୦୧୮ରେ ୬୦ଦଶମିକ ୬୮ ପ୍ରତିଶତ ପାସହାର ରହିଥିବାବେଳେ ଚଳିତ ବର୍ଷ ଏହା ହ୍ରାସ ପାଇ ୫୯ପ୍ରତିଶତ ହୋଇଛି । ସାରା ଦେଶରେ ମେ ୩ରେ ପରୀକ୍ଷା ହୋଇଥିବାବେଳେ ବାତ୍ୟା ଯୋଗୁଁ ଓଡିଶାରେ ମେ’ ୨୦ରେ ସ୍ୱତନ୍ତ୍ର ଭାବେ ଓଡିଶାରେ ପରୀକ୍ଷା ହୋଇଥିଲା ।
from Kanak News http://bit.ly/2JYiFf3 http://bit.ly/2WrNy2e
No comments: