ଅର୍ଥନୀତିରେ ମାନ୍ଦାବସ୍ଥା ରିପୋର୍ଟ ଆସିବା ପରେ ପଦକ୍ଷେପ : ଅଭିବୃଦ୍ଧି ଓ ନିଯୁକ୍ତି ପାଇଁ ପୃଥକ କ୍ୟାବିନେଟ କମିଟି ଗଠନ କଲେ ପ୍ରଧାନମନ୍ତ୍ରୀ, ୫ ଜଣିଆ କମିଟିରେ ନେତୃତ୍ୱ ନେବେ ନରେନ୍ଦ୍ର ମୋଦି Kanak News
କନକ ବ୍ୟୁରୋ : ଦେଶର ଅଭିବୃଦ୍ଧି ଓ ନିଯୁକ୍ତି ନେଇ ଦୁଇଟି ପୃଥକ କ୍ୟାବିନେଟ କମିଟି ଗଠନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅର୍ଥନୀତିରେ ମାନ୍ଦାବସ୍ଥା ରହିବା ଆଶଙ୍କା ରହିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି । ଦୁଇଟିଯାକ କମିଟିରେ ପ୍ରଧାନମନ୍ତ୍ରୀ ମୁଖ୍ୟ ରହିବେ । ଅଭିବୃଦ୍ଧି ପାଇଁ ଗଠିତ ୫ ଜଣିଆ କମିଟିରେ ଗୃହମନ୍ତ୍ରୀ ଅମିତ ଶାହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳମନ୍ତ୍ରୀ ପୀୟୁଷ ଗୋଏଲ ଓ ପରିବହନ ମନ୍ତ୍ରୀ ନିତିଶ ଗଡକରୀ ସଦସ୍ୟ ଅଛନ୍ତି । ସେହିଭଳି ନିଯୁକ୍ତି ପାଇଁ ଗଠିତ କମିଟିରେ ୧୦ ଜଣ ସଦସ୍ୟ ରହିଛିନ୍ତି । ସଦସ୍ୟଙ୍କ ମଧ୍ୟରେ ଅଛନ୍ତି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମାନ୍ଦାବସ୍ଥା ପରିପ୍ରେକ୍ଷୀରେ ଅଭିବୃଦ୍ଧି ଓ ନିଯୁକ୍ତି ବଢାଇବା ଦିନଗରେ ଏହି କମିଟି ରୋଡମ୍ୟାପ ପ୍ରସ୍ତୁତ କରିବ ।
ସୂଚନାଯୋଗ୍ୟ ନୂତନ ସରକାର ସାମ୍ନାରେ ଅର୍ଥବ୍ୟବସ୍ଥାରେ ଆସିଥିବା ମାନ୍ଦାବସ୍ଥା ଏକ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି । ଗତ ଆର୍ଥିକ ବର୍ଷ ୨୦୧୮-୧୯ର ଚତୁର୍ଥ ତ୍ରୟୋମାସରେ ଜିଡିପି ଅଭିବୃଦ୍ଧି ହାର ହ୍ରାସ ପାଇ ୫.୮ ପ୍ରତିଶତରେ ରହିଛି । ଅନ୍ୟ ପଟେ ପୂରା ଆର୍ଥିକ ବର୍ଷରେ ବିକାଶ ହାର ୬.୮ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଗତ ପାଞ୍ଚ ବର୍ଷରେ ସବୁଠୁ ନିମ୍ନସ୍ତର । ଆର୍ଥିକ ବର୍ଷ ୨୦୧୮-୧୯ ପାଇଁ ଜିଡିପିର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରଖିବା ପାଇଁ ଲକ୍ଷ୍ୟ ରଖାଯାଇଥିଲା ।
ଏହାସହ ରୋଜଗାର ଅବସର ସୃଷ୍ଟି କରିବା ନେଇ ଆସିଥିବା ରିପୋର୍ଟ ସରକାରଙ୍କୁ ଚିନ୍ତାରେ ପକାଇ ଦେଇଛି । ମେ ୩୦ରେ ମୋଦୀ ସରକାରଙ୍କ ଶପଥ ଗ୍ରହଣର ଗୋଟିଏ ଦିନ ପରେ ବେରୋଜଗାରକୁ ନେଇ ସରକାର ରିପୋର୍ଟ ଜାରି କରିଥିଲେ । ରିପୋର୍ଟରେ ଦେଶରେ ୬.୧ ପ୍ରତିଶତ ବେରୋଜଗାରୀ ହାର ଥିବା ଉଲ୍ଲେଖ କରାଯାଇଥିଲା ।
from Kanak News http://bit.ly/2Mx0vmT http://bit.ly/2JWp22o
No comments: