ବାତ୍ୟା ବିପନ୍ନଙ୍କୁ ମିଳିଲା ଘରଭଙ୍ଗା ସହାୟତା : ନିମାପଡ଼ାର ୩୦ଟି ଗ୍ରାମର ୮୫୦ ଜଣଙ୍କୁ ୨୫ ଲକ୍ଷ ଟଙ୍କା ଦେଲେ ସରକାର Kanak News

କନକ ବ୍ୟୁରୋ : ବାତ୍ୟାର ୪୨ ଦିନ ପରେ ଗତକାଲି ବିପନ୍ନଙ୍କୁ ଘରଭଙ୍ଗା ସହାୟତା ମିଳିଛି। ପୁରୀ ଜିଲ୍ଲାର ପ୍ରଥମ ତହସିଲ ଭାବେ ନିମାପଡାର ୩୦ଟି ଗ୍ରାମର ୮୫୦ ଜଣ ବିପନ୍ନଙ୍କୁ ଘରଭଙ୍ଗା ସହାୟତା ବାବଦରେ ୨୫ ଲକ୍ଷ ଟଙ୍କା ଦିଆଯାଇଛି। ସହାୟତା ରାଶି ହିତାଧିକାରୀଙ୍କ ଆକାଉଣ୍ଟରେ ଜମା କରାଯାଇଛି । ଅନ୍ୟ ହିତାଧିକାରୀମାନଙ୍କୁ ପର୍ଯ୍ୟାୟକ୍ରମେ ଅର୍ଥ ଦିଆଯିବ । ତେବେ ପୁରୀ ଜିଲ୍ଲାର ଅନ୍ୟ ତହସିଲଗୁଡିକର ସଠିକ୍ ତଥ୍ୟ ହସ୍ତଗତ ହୋଇ ନ ଥିବାରୁ ବିପନ୍ନଙ୍କ ଆକାଉଣ୍ଟକୁ ଟଙ୍କା ଯାଇପାରିନାହିଁ । ନିମାପଡ଼ା ତହସିଲରଦାର କମଲଜିତ ଦାଶ ଠିକଣା ସମୟରେ ଚୂଡାନ୍ତ ସର୍ଭେ ରିପୋର୍ଟ ଓ ଆନୁଷଙ୍ଗିକ ତଥ୍ୟ ଦେଇଥିବାରୁ ଏହା ସମ୍ଭବ ହୋଇପାରିଛି ବୋଲି ଜିଲ୍ଲା ପ୍ରଶାସନର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଜିଲ୍ଲାରେ ମୋଟ ୨ ଲକ୍ଷ ୪୮ ହଜାର ୧୩୯ ଘର ଭାଙ୍ଗିଛି । ସେଥିରୁ ୮୯୪୪ଟି ସଂପୂର୍ଣ୍ଣ ମାଟିରେ ମିଶିଥିବା ବେଳେ ୮୧ ହଜାର ୯୯୫ ଘର ସଂପୂର୍ଣ୍ଣ ଭାଙ୍ଗିଛି । ସେହିଭଳି ୧ ଲକ୍ଷ ୫୭ ହଜାର ୨୦୦ ଘର ଆଂଶିକ ଭାଙ୍ଗିଛି । ଘରଭଙ୍ଗା ସହାୟତା ମିଳିବାରେ ବିଳମ୍ବ ହେଉଥିବାରୁ ଲୋକମାନେ ଘର ନିର୍ମାଣ କରିପାରୁନାହାନ୍ତି । ଫନି ପ୍ରଭାବିତ ଅନ୍ୟ ଜିଲ୍ଲାଗୁଡ଼ିକରେ ବି ଏ ପର‌୍ୟ୍ୟନ୍ତ ଘରଭଙ୍ଗା ସହାୟତା ବଣ୍ଟାଯାଇନି ।



from Kanak News http://bit.ly/2IHB5Og https://ift.tt/eA8V8J
ବାତ୍ୟା ବିପନ୍ନଙ୍କୁ ମିଳିଲା ଘରଭଙ୍ଗା ସହାୟତା : ନିମାପଡ଼ାର ୩୦ଟି ଗ୍ରାମର ୮୫୦ ଜଣଙ୍କୁ ୨୫ ଲକ୍ଷ ଟଙ୍କା ଦେଲେ ସରକାର Kanak News ବାତ୍ୟା ବିପନ୍ନଙ୍କୁ ମିଳିଲା ଘରଭଙ୍ଗା ସହାୟତା : ନିମାପଡ଼ାର ୩୦ଟି ଗ୍ରାମର ୮୫୦ ଜଣଙ୍କୁ ୨୫ ଲକ୍ଷ ଟଙ୍କା ଦେଲେ ସରକାର Kanak News Reviewed by SUBHENDU BARAL on June 14, 2019 Rating: 5

No comments:

Powered by Blogger.