ବିଜୟରୁ ଟିମ ଇଣ୍ଡିଆର ବିଶ୍ୱକପ ଅଭିଯାନ :ଚହଲଙ୍କ ଚମତ୍କାର ବୋଲିଂ ପରେ ରୋହିତ ଶର୍ମାଙ୍କ ଅପରାଜିତ ଶତକ, ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଭାରତ Kanak News
କନକ ବ୍ୟୁରୋ : ବିଜୟ ସହ ବିଶ୍ୱକପରୁ ଅଭିଯାନ ଆରମ୍ଭ କଲା ଟିମଇଣ୍ଡିଆ । ରୋଜ୍ ବାଉଲରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଇଂଲଣ୍ଡକୁ ୬ ୱିକେଟରେ ପରାସ୍ତ କରି ଭାରତ ବିଶ୍ୱକପରେ ତାର ଅଭିଯାନ ଆରମ୍ଭ କରିଛି । ଅପରାଜିତ ଶତକୀୟ ଇନିଂସ ଖେଳି ରୋହିତ ଶର୍ମା ଭାରତକୁ ଏହି ବିଜୟ ଦେବାରେ ବଡ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୯ ୱିକେଟ୍ ହରାଇ ୨୨୭ ରନ୍ କରିଥିଲା ।
ଦଳ ପକ୍ଷରୁ କ୍ରିସ୍ ମୋରିସ୍ ସର୍ବାଧିକ ୪୨ ରନ୍ କରିଥିଲେ । ଚହଲ ୪ଟି, ବୁମରା ଓ ଭୁବନେଶ୍ୱର କୁମାର ୨ଟି ଲେଖାଏଁ ୱିକେଟ୍ ଦଖଲ କରିଥିଲେ । ତେବେ ୨୨୮ ରନର ଟାର୍ଗେଟକୁ ଭାରତ ୧୫ ଟି ବଲ୍ ବାକି ଥାଇ ମାତ୍ର ୪ ଟି ୱିକେଟ ହରାଇ ହାସଲ କରିନେଇଥିଲା । ରୋହିତ ଶର୍ମା ୧୨୨ ଓ ହାର୍ଦିକ୍ ପାଣ୍ଡ୍ୟା ୧୫ ରନ୍ କରି ଅପରାଜିତ ରହିଥିଲେ । ୪୭ ଓଭରର ତୃତୀୟ ବଲକୁ ପାଣ୍ଡ୍ୟା ଚୌକା ମାରି ଭାରତକୁ ବିଜୟ ଦେଇଥିଲେ ।
ଏଥି ସହିତ ଚଳିତ ବିଶ୍ୱକପରେ ଭାରତ ୨ ପଏଂଟ ସହିତ ଖୋତା ଖୋଲିଛି । ଅନ୍ୟପଟେ ବର୍ତମାନ ସୁଦ୍ଧା ଦକ୍ଷିଣ ଆଫ୍ରିକା ଖେଳିଥିବା ୩ଟି ଯାକ ମ୍ୟାଚରେ ପରାଜୟ ବରଣ କରିଛି । ସେପଟେ ଭାରତ ବିଜୟୀ ହେବା ପରେ ପରେ ଉତ୍ସବ ରୋଜ୍ ବାଉଲ୍ ଗ୍ରାଉଣ୍ଡରେ ଉତ୍ସବ ମନେଇଥିଲେ ଭାରତୀୟ କ୍ରିକେଟ୍ ଫ୍ୟାନ୍ । ପୁରା ବିଶ୍ୱକପରେ ଏଥର ଏମିତି ତ୍ରିରଙ୍ଗା ଉଡିବ ବୋଲି ଉତ୍ସାହର ସହ ପ୍ରତିକ୍ରିୟା ରଖିଛନ୍ତି କ୍ରିକେଟ୍ ଫ୍ୟାନ୍ ।
from Kanak News http://bit.ly/2wBY47D http://bit.ly/2Xujv6q
No comments: