ସୋର ୬|୬: ପୁଣି ଶିଶୁ କନ୍ୟା ହେଲା ଅଲୋଡ। ସରକାରଙ୍କ ବେଟି ପଢାଓ ବେଟି ବଚାଓ ଯୋଜନା ଫେଲ୍ ମାରିଲା। ସରକାର ଯୋଜନା ପରେ ଯୋଜନା, ସଚେତନତା ସବୁ ଫେଲ୍ ମାରିଛି । ସୋର ଡାକ୍ତରଖାନା ପରିସରରେ ଏକ ମୃତ ଶିଶୁ କନ୍ୟା ଭୃଣ ପଡିଥିବାର ଲୋକେ ଦେଖି ପୁଲିସ ଓ ଡାକ୍ତରଖାନାକୁ ଖବର ଦେଇଥିଲେ । ପରେ ମୃତ ଶିଶୁ ଭୃଣ କନ୍ୟାକୁ ପୁଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ସୋର ଡାକ୍ତରଖାନା ସମ୍ମୁଖରୁ କୁକୁର ଶିଶୁ ଭୃଣର ଗୋଟିଏ ଗୋଡକୁ ଖାଉଥିବାର ଲୋକେ ଦେଖିଥିଲେ । ପରେ ଡାକ୍ତରଖାନାକୁ ଖବର ଦେଇଥିଲେ । ଶିଶୁ ଦୀର୍ଘ ସମୟ ଧରି ପଡିଥିଲେ ବି ପୁଲିସ ନଆସିବା ପର୍ଯ୍ୟନ୍ତ ଡାକ୍ତରଖାନା କର୍ତ୍ତୃପକ୍ଷ ମୃତ ଶିଶୁ ଭୃଣ କନ୍ୟାକୁ ଉଦ୍ଧାର କରିନଥିଲେ । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା ।
ସୋର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲା ଡାକ୍ତରଖାନା କର୍ତ୍ତୃପକ୍ଷ ଗତ ୧୫ ଦିନ ହେଲା ଡାକ୍ତରଖାନାରେ ପ୍ରସବ ହୋଇନଥିବା ପ୍ରକାଶ କରିଛନ୍ତି । ତେବେ ଏହି କନ୍ୟା ଭୃଣଟି କେଉଁଆଡୁ ଆସିଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
from News7 http://bit.ly/2HZEqZP
No comments: