କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଆଳି ଥାନାର ସିଙ୍ଗିରି ବଜାରରେ ଥିବା ଏଟିଏମ୍ରୁ ଲୁଟ୍ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ବିଳମ୍ବିତ ରାତିରେ ଏସ୍ବିଆଇ ଏଟିଏମ୍କୁ ଭାଙ୍ଗି ଦେଇଛନ୍ତି।
କିନ୍ତୁ ଏଟିଏମ୍ରୁ ଲୁଟ୍ ହୋଇଛି କି ନାହିଁ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରୁଛି।
ପୂର୍ବରୁ ଦୁଇ ତିନି ମାସ ତଳେ ମଧ୍ୟ ଦୁର୍ବୃତ୍ତମାନେ ଏହି ଏଟିଏମ୍ରୁ ଲୁଟ୍ କରିବାକୁ ଉଦ୍ୟମ କରିଥିଲେ। ସେତେବେଳେ ଏଟିଏମ୍ ଭଙ୍ଗାରୁଜା କରିଥିଲେ ମଧ୍ୟ ଟଙ୍କା ଲୁଟ୍ କରି ପାରି ନଥିଲେ।
from OTV Khabar http://bit.ly/2ZT8a1g
ଏଟିଏମ ଭାଙ୍ଗି ଲୁଟ୍ ଉଦ୍ୟମ Rosalin Rath
Reviewed by SUBHENDU BARAL
on
May 06, 2019
Rating:
No comments: