ଭୁବନେଶ୍ୱର: ଲଗାତର ପଞ୍ଚମ ଥର ପାଇଁ ଆଜି ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ନେବେ। ପ୍ରଥମ ଥର ଲାଗି ରାଜଭବନ ବାହାରେ ଅର୍ଥାତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ତାଙ୍କ ୨୦ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବେ। ନବୀନଙ୍କ ଏହି ଶପଥ ସମାରୋହ ଲାଗି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି।
ଶପଥ ସମାରୋହରେ ନବୀନ ପଟ୍ଟନାୟକଙ୍କ ପହଞ୍ଚି ସାରିଥିବା ବେଳେ ତାଙ୍କ ବଡ଼ଭାଇ ପ୍ରେମ୍ ପଟ୍ଟନାୟକ ଓ ଭଉଣୀ ଗୀତା ମେହେଟ୍ଟା ମଧ୍ୟ ଯୋଗ ଦେଇଛନ୍ତି।
ପ୍ରଦର୍ଶନୀ ପଡ଼ିଆରେ ୩୦ ପ୍ଲାଟୁନ ଫୋର୍ସ ସହ ୧୦୦ ଅଫିସର ମୁତୟନ ହୋଇଛନ୍ତି। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ୪ଟି ଗେଟ୍ ବ୍ୟବସ୍ଥା କରାଯାଇଛି। ପ୍ରଥମ ଗେଟ୍ରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଯିବେ। ସେହିପରି ୨ ନମ୍ବର ଗେଟ୍ରେ ଆଇଏଏସ୍, ଆଇପିଏସ୍ ଓ ଅନ୍ୟ ଭିଭିଆଇପି ବିଧାୟକ ଓ ସାଂସଦ ୩ ନମ୍ବର ଗେଟ୍ ଦେଇ ଭିତରକୁ ପ୍ରବେଶ କରିବେ। ୪ ନମ୍ବର ଗେଟ୍ ଦେଇ ଅନ୍ୟ ନିମନ୍ତ୍ରିତ ଅତିଥି ଯିବାର ବ୍ୟବସ୍ଥା କରାଯାଇଛି।
from OTV Khabar http://bit.ly/2QtwouM
No comments: