ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ‘ଫୋନି’ର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର ପ୍ରସ୍ତୁତି ଚାଲିଛି। ପ୍ରଥମ ପର୍ଯ୍ୟାୟରେ ଏନ୍ଡିଆର୍ଏଫ୍ର ୯ଟି ଟିମ୍କୁ ଉପକୂଳ ଜିଲ୍ଲାକୁ ପଠାଯାଇଛି।
ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ଏନ୍ଡିଆର୍ଏଫ୍ର ୩ଟି ଲେଖାଏ ଟିମ୍ ପହଞ୍ଚି ସାରିଛନ୍ତି। ଜଗତସିଂହପୁରରେ ପହଞ୍ଚିଥିବା ୩ଟି ଟିମ୍ ମଧ୍ୟରୁ ଏରସମା ଓ ପାରାଦୀପକୁ ଗୋଟିଏ ଲେଖାଏ ଟିମ୍ ପଠାଯାଇଥିବା ବେଳେ, ଗୋଟିଏ ଟିମ୍ ଜଗତସିଂହପୁରରେ ରହିଛି। ସେହିପରି ଭଦ୍ରକ ଜିଲ୍ଲାକୁ ୨ଟି ଟିମ୍ ଓ ବାଲେଶ୍ୱରକୁ ଗୋଟିଏ ଟିମ୍ ପଠାଯାଇଛି। ଏହାସହ କେନ୍ଦ୍ରାପଡ଼ା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି।
ସେହିପରି ଓଡ୍ରାଫ ଟିମ୍ ମଧ୍ୟ ସଜାଗ ହୋଇ ରହିଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଓଡ୍ରାଫ ଟିମ୍ ପହଞ୍ଚିବା ଆରମ୍ଭ କରିଛନ୍ତି। ଅତ୍ୟାଧୁନିକ ଯନ୍ତ୍ରପାତି ଓ ସାମଗ୍ରୀ ଧରି ଓଡ୍ରାଫ ଟିମ୍ ପହଞ୍ଚିଛନ୍ତି।
‘ଫାଇଲିନ୍’ ‘ହୁଡ୍ହୁଡ୍’କୁ ସଫଳତାର ସହ ମୁକିବାଲି କରିଥିବା ଓଡ୍ରାଫ ଟିମ୍ ‘ଫୋନି’ର ମୁକାବିଲା କରିବାରେ ସଫଳ ହେବ ବୋଲି କହିଛନ୍ତି ଟିମ୍ ସଦସ୍ୟ କହିଛନ୍ତି।
from OTV Khabar http://bit.ly/2V79YVD
No comments: