ଭୁବନେଶ୍ୱର: କ୍ରମାଗତ ପଞ୍ଚମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍ ଜରିଆରେ ନବୀନ ଓ ତାଙ୍କ ସହ ଶପଥ ନେଇଥିବା ନୂଆ ମନ୍ତ୍ରିମଣ୍ଡଳକୁ ମୋଦି ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ଓଡ଼ିଶାର ବିକାଶରେ କେନ୍ଦ୍ର ସମସ୍ତ ପ୍ରକାର ସହଯୋଗ କରିବ ବୋଲି ମୋଦି ଭରସା ଦେଇଛନ୍ତି।
Congratulations to Shri Naveen Patnaik Ji on taking oath as Odisha’s Chief Minister. Best wishes to him and his team in fulfilling the people’s aspirations. I assure complete cooperation from the Centre in working for Odisha’s progress. @Naveen_Odisha
— Narendra Modi (@narendramodi) 29 May 2019
ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ନବୀନ ପଟ୍ଟନାୟକଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଂରାଜୀରେ ଶପଥ ପାଠ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଶପଥ ଗ୍ରହଣ କରିବା ପରେ ୨୦ ଜଣିଆ ମନ୍ତ୍ରିମଣ୍ଡଳର ସଦସ୍ୟମାନଙ୍କୁ ରାଜ୍ୟପାଳ ଶପଥ ପାଠ କରାଇଥିଲେ। ନବୀନଙ୍କ ନୂଆ ଟିମ୍ରେ ୧୧ଜଣ କ୍ୟାବିନେଟ୍ ମନ୍ତ୍ରୀ ଓ ୯ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି।
ନବୀନଙ୍କ ପଞ୍ଚମ ପାଳିର ଶପଥ ସମାରୋହରେ ତାଙ୍କ ପରିବାର ସଦସ୍ୟ ଯୋଗଦେଇଛନ୍ତି। ଭଉଣୀ ଗୀତା ମେହେଟ୍ଟା ଏବଂ ଭାଇ ପ୍ରେମ୍ ପଟ୍ଟନାୟକ ଶପଥ ସମାରୋହରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା।
ଆହୁରି ମଧ୍ୟ ପଢ଼ନ୍ତୁ: ନବୀନଙ୍କ ନୂଆ ଟିମ୍
from OTV Khabar http://bit.ly/2XiH7ek
No comments: