ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମମତା OTV KHABAR BUREAU

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ନେଇ ନିଷ୍ପତ୍ତି ବଦଳାଇଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଗତକାଲି ସେ ଏହି ଉତ୍ସବରେ ଯୋଗ ଦେବେ ବୋଲି ସୂଚନା ମିଳିଥିଲା।

ଏମିତିକି ଆଜି କୋଲକାତାରୁ ଅପରାହ୍ନ ୫ଟାରେ ବିମାନ ଯୋଗେ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଥିଲା। ହେଲେ ସେ ତାଙ୍କ ନିଷ୍ପତ୍ତିରୁ ଓହରି ଯାଇଥିବା ଜଣାପଡ଼ିଛି।

ମମତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରିବା ପଛର କାରଣ ରାଜନୀତିକ ବୋଲି ଜଣାପଡ଼ିଛି। ଶପଥ ଗ୍ରହଣ ଉତ୍ସବରେ ନିର୍ବାଚନ ବେଳେ ହିଂସାର ଶିକାର ହୋଇଥିବା ପଶ୍ଚିମବଙ୍ଗର ୫୪ ପରିବାର ମୋଦିଙ୍କ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରିତ ହୋଇଥିବାରୁ ମମତା ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ବୋଲି ଆକଳନ ହେଉଛି।

ନିର୍ବାଚନବେଳେ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ଓ ବିଜେପି ମଧ୍ୟରେ ଅନେକ ହିଂସାତ୍ମକ ଘଟଣା ଘଟିଥିଲା। ତା’ ଛଡ଼ା ମମତା ଓ ମୋଦି ମଧ୍ୟ ପରସ୍ପରକୁ ବିଭିନ୍ନ ପ୍ରସଙ୍ଗରେ କଟାକ୍ଷ କରିଥିଲେ।

ଫଳାଫଳ ଘୋଷଣା ହେବା ପରେ ମୋଦି ସମସ୍ତ ସରକାର ପ୍ରତି ସକାରାତ୍ମକ ରହିବେ ବୋଲି କହିଥିଲେ। ଏହାପରେ ମମତା ମଧ୍ୟ ସକାରାତ୍ମକ ଭାବ ଦେଖାଇ ଶପଥଗ୍ରହଣ ଉତ୍ସବରେ ଯୋଗ ଦେବେ ବୋଲି କହିଥିଲେ। ହେଲେ ଶେଷ ମୁହୂର୍ତ୍ତରେ ସେ ତାଙ୍କ ନିଷ୍ପତ୍ତି ବଦଳାଇଛନ୍ତି।



from OTV Khabar http://bit.ly/2Xdmq3g
ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମମତା OTV KHABAR BUREAU ମୋଦିଙ୍କ ଶପଥ ଉତ୍ସବରେ ଯୋଗ ଦେବେନି ମମତା OTV KHABAR BUREAU Reviewed by SUBHENDU BARAL on May 29, 2019 Rating: 5

No comments:

Powered by Blogger.