ବିଜେପି ନେତା ରାମମାଧବଙ୍କ ବଡ ବୟାନ । କହିଲେ, ବହୁମତ ଠାରୁ ଦୂରରେ ରହିପାରେ ବିଜେପି, ତଥାପି କେନ୍ଦ୍ରରେ ଗଢିବ ସରକାର । Kanak News

କନକ ବ୍ୟୁରୋ : ପୁଣିଥରେ ଶାସନ କ୍ଷମତାକୁ ଫେରିବ କି ବିଜେପି । ପୁଣିଥରେ ଦେଖିବାକୁ ମିଳିବ କି ମୋଦି ମ୍ୟାଜିକ । ୨୦୧୪ ଭଳି ୨୦୧୯ରେ ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରିବ କି ବିଜେପି । ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରୁଛି । ଗୋଟିଏ ପଟେ ବିଜେପିର ତୁଙ୍ଗ ନେତା ତଥା ମୋଦି-ଶାହା ଯୋଡି କେନ୍ଦ୍ରରେ ପୁଣିଥରେ ବିଜେପି ସରକାର ଗଢିବ ବୋଲି ଦମ୍ଭ ଦେଖାଉଛନ୍ତି । ଏପରିକି ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାକୁ ପୁଣିଥରେ ଫେରିବ ବୋଲି ନିର୍ବାଚନ ସଭାରେ ଜୋର ଦେଇ କହୁଛନ୍ତି । କିନ୍ତୁ ଅନ୍ୟପଟେ ବିଜେପିର ରାଷ୍ଟ୍ରୀୟ ମହାସଚିବ ରାମ ମାଧବଙ୍କ ବୟାନ ବିଜେପି ଶିବିରରେ ଛନକା ଭରିଛି ।

ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଏକ ସାକ୍ଷାତକାରରେ ରାମ ମାଧବ ବିଜେପିର ୨୦୧୪ରେ ପାଇଥିବା ସଫଳତାକୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି । ସାକ୍ଷାତକାରରେ ରାମ ମାଧବ ସଂକେତ ଦେଇଛନ୍ତି ଯେ, ୨୦୧୯ ନିର୍ବାଚନରେ ବିଜେପି ଏକାକୀ ବହୁମତ ହାସଲ କରିପାରିବ ନାହିଁ । କେନ୍ଦ୍ରରେ ପୁଣିଥରେ ସରକାର ଗଢିବାକୁ ବିଜେପିକୁ ସହଯୋଗୀ ଦଳ ଗୁଡିକର ଆବଶ୍ୟକତା ପଡିପାରେ । ଦେଶର ହିନ୍ଦୀ ଭାଷୀ ଅଞ୍ଚଳ ବିଜେପିକୁ ବ୍ୟାକ୍ଫୁଟକୁ ଠେଲିଦେବ । ଯେଉଁଠାରେ ବିଜେପି ୨୦୧୪ରେ ଜବରଦସ୍ତ ସଫଳତା ପାଇଥିଲା । କିନ୍ତୁ ଏହାର ଭରଣା ବିଜେପି ପୂର୍ବ ଭାରତ ଯେପରିକି ଓଡିଶା, ପଶ୍ଚିମବଙ୍ଗ ଭଳି ରାଜ୍ୟରୁ କରିବାକୁ ଆଶା ବାନ୍ଧିଛି । ପୂର୍ବ ଭାରତରେ ଆମେ ଷ୍ଟ୍ରାଟେଜି ନେଇ ନିର୍ବାଚନ ଲଢିଥିଲୁ, ଯଦି ଏହି ଷ୍ଟ୍ରାଟେଜିରେ ଦକ୍ଷିଣ ଭାରତରେ ମଧ୍ୟ ଲଢିଥାନ୍ତୁ ତେବେ ବିଜେପି ଏବେ ଆରାମଦାୟକ ସ୍ଥିତିରେ ରହିଥାନ୍ତା । ତେବେ ବିଜେପି ଏକାକୀ ସଂଖ୍ୟା ଗରିଷ୍ଠତା ନ ପାଇଲେ ମଧ୍ୟ ସହଯୋଗୀ ଦଳ ଗୁଡିକ ସହାୟତାରେ ପୁଣିଥରେ କେନ୍ଦ୍ରରେ ସରକାର ଗଢିବ ବୋଲି କହିଛନ୍ତି ରାମ ମାଧବ ।

ଏହାପୂର୍ବରୁ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ କହିଥିଲେ, ଯଦି ଭାରତ ସରକାର ବାଲାକୋଟରେ ଏୟାର ଷ୍ଟ୍ରାଇକ କରିନଥାନ୍ତେ ତେବେ ବିଜେପିକୁ ବହୁତ କଷ୍ଟରେ ୧୬୦ ସିଟ୍ ମିଳିଥାନ୍ତା । କିନ୍ତୁ ଏୟାରଷ୍ଟ୍ରାଇକ ଏବେ ବିଜେପିକୁ ଫ୍ରଣ୍ଟଫୁଟରେ ରଖିଛି । ଗତ ୨୦୧୪ ନିର୍ବାଚନରେ ବିଜେପି ହିନ୍ଦୀଭାଷା ରାଜ୍ୟ ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ, ଦିଲ୍ଲୀ ଓ ଚଣ୍ଡିଗଡରେ ମୋଟ ୧୯୧ଟି ଆସନରେ ବିଜୟୀ ହୋଇଥିଲା । ଏଠାରେ ବିଜେପିର ସହଯୋଗୀ ଦଳକୁ ୧୧ଟି ସିଟ୍ ମିଳିଥିଲା ।



from Kanak News http://bit.ly/2PPjDKI http://bit.ly/2VhuFyi
ବିଜେପି ନେତା ରାମମାଧବଙ୍କ ବଡ ବୟାନ । କହିଲେ, ବହୁମତ ଠାରୁ ଦୂରରେ ରହିପାରେ ବିଜେପି, ତଥାପି କେନ୍ଦ୍ରରେ ଗଢିବ ସରକାର । Kanak News ବିଜେପି ନେତା ରାମମାଧବଙ୍କ ବଡ ବୟାନ । କହିଲେ, ବହୁମତ ଠାରୁ ଦୂରରେ ରହିପାରେ ବିଜେପି, ତଥାପି କେନ୍ଦ୍ରରେ ଗଢିବ ସରକାର । Kanak News Reviewed by SUBHENDU BARAL on May 06, 2019 Rating: 5

No comments:

Powered by Blogger.