ଭୁବନେଶ୍ୱରରେ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ ! ବିଭିନ୍ନ ସ୍ଥାନରେ ଗଛ ହଟାଉଛନ୍ତି ଏନଡିଆରଏଫ ଟିମ, ସେପଟେ ପୁରୀ ଓ ଖୋର୍ଦ୍ଧାରେ ଜୋରସୋରରେ ଚାଲିଛି ବିଦ୍ୟୁତ ପାଇଁ କସରତ Kanak News

କନକ ବ୍ୟୁରୋ : ବାତ୍ୟା ବିଧ୍ୱସ୍ତ ଭୁବନେଶ୍ୱରରେ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ । ରାସ୍ତାର ବିଭିନ୍ନ ସ୍ଥାନରେ ଏବେ ବି ପଡି ରହିଛି ଉପୁଡି ପଡିଥିବା ବିରାଟ ବିରାଟ ଗଛ । ସେସବୁକୁ ହଟାଉଛନ୍ତି ଏନଡିଆରଏଫ୍ ଟିମ୍ । ଗଛ ଗୁଡିକୁ କଟରରେ କାଟି ରାସ୍ତା ସଫା କରୁଛନ୍ତି । ଜୟଦେବ ବିହାର ଛକଠାରୁ ମେ ଫେୟାର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଖରେ ଚାଲିଛି ଏହି ପୁନଃରୁଦ୍ଧାର କାର୍ଯ୍ୟ ।

ଗଛଗୁଡିକୁ ବିଦ୍ୟୁତ୍ ତାର ଉପରେ ପଡିଥିବାରୁ ଏହା ସହରର ପୁନଃ ବିଦ୍ୟୁତକରଣ କରିବାରେ ବାଧକ ସାଜିଛି । ତେଣୁ ତୁରନ୍ତ ଏସବୁକୁ ସଫା କରିବାକୁ ଜାରି ରହିଛି ଉଦ୍ୟମ । ପୁରୀ ଓ ଭୁବନେଶ୍ୱରରେ ଯୁଦ୍ଧକାଳୀନ ଭିତିରେ ଚାଲିଛି ଗଛ କଟା ଓ ବିଦ୍ୟୁତ୍ ସଜଡା କାମ । ଭୁବନେଶ୍ୱରରେ ଗତକାଲି ୫ଟି ଫିଡରକୁ ସଂଯୋଗ କରାଯାଇଛି ବୋଲି ସୂଚନା ଦେଇଛନ୍ତି ଶକ୍ତି ସଚିବ ହେମନ୍ତ ଶର୍ମା ।

ଆଜି ଆଉ ୫ଟି ଫିଡର ସ୍ୱାଭାବିକ ହେବ । ସହିଦ ନଗର, ୟୁନିଟ୍-୬, ଗ୍ରୀଡ୍ କଲୋନୀ, ୟୁନିଟ୍ ୮, ବରଗଡ ବ୍ରିଟ୍ କଲୋନୀରେ ଫିଡର ଚାର୍ଜ ହୋଇଛି । ଗତକାଲି ୧୦ ପ୍ରତିଶତ ଲୋକଙ୍କ ନିକଟରେ ବିଜୁଳି ପଂହଚିଛି । ଆଜି ୨୫ ପ୍ରତିଶତ ଅଂଚଳରେ ଏହି ସେବା ପହଁଚିବ । ଅଗ୍ନିଶମ ବିଭାଗର ୨୬୩ଟି ଟିମ୍ ଗଛକଟା କାମରେ ଲାଗିଛନ୍ତି । ଭୁବନେଶ୍ୱର ସହରରେ ୬୦ ପ୍ରତିଶତ ଅଂଚଳକୁ ଜଳ ଯୋଗାଣ ସମ୍ଭବ ହୋଇପାରିଥିବା ଶକ୍ତି ସଚିବ ସୂଚନା ଦେଇଛନ୍ତି । ସେପଟେ କେନ୍ଦ୍ରାପଡା ଜିଲ୍ଲାରେ ୭୫ ପ୍ରତିଶତ ଏବଂ ଜଗତସିଂହପୁରରେ ୫୦ ପ୍ରତିଶତ ବିଦ୍ୟୁତ୍ ସେବା ସମ୍ପୂର୍ଣ୍ଣ ହୋଇଥିବା ସେ ସୂଚନା ଦେଇଛନ୍ତି ।



from Kanak News http://bit.ly/2J6TqXI http://bit.ly/2J3mm2F
ଭୁବନେଶ୍ୱରରେ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ ! ବିଭିନ୍ନ ସ୍ଥାନରେ ଗଛ ହଟାଉଛନ୍ତି ଏନଡିଆରଏଫ ଟିମ, ସେପଟେ ପୁରୀ ଓ ଖୋର୍ଦ୍ଧାରେ ଜୋରସୋରରେ ଚାଲିଛି ବିଦ୍ୟୁତ ପାଇଁ କସରତ Kanak News ଭୁବନେଶ୍ୱରରେ ଜାରି ରହିଛି ପୁନଃରୁଦ୍ଧାର କାର୍ଯ୍ୟ ! ବିଭିନ୍ନ ସ୍ଥାନରେ ଗଛ ହଟାଉଛନ୍ତି ଏନଡିଆରଏଫ ଟିମ, ସେପଟେ ପୁରୀ ଓ ଖୋର୍ଦ୍ଧାରେ ଜୋରସୋରରେ ଚାଲିଛି ବିଦ୍ୟୁତ ପାଇଁ କସରତ Kanak News Reviewed by SUBHENDU BARAL on May 06, 2019 Rating: 5

No comments:

Powered by Blogger.