ମୁଜାଫରପୁର : ନିର୍ବାଚନ ସମୟରେ ହୋଟେଲରୁ ମିଳିଲା ଇଭିଏମ୍ ମେସିନ୍ ! ହଙ୍ଗାମା କଲେ ସ୍ଥାନୀୟ ଜନତା , ନିର୍ବାଚନ ଅଧିକାରୀଙ୍କ ପାଖକୁ ଗଲା ନୋଟିସ୍ । Kanak News

ବିହାରର ମୁଜାଫରପୁରରେ ଲୋକସଭା ସିଟ୍ ପାଇଁ ହେଉଥିବା ନିର୍ବାଚନ ସମୟରେ ଏକ ସ୍ଥାନୀୟ ହୋଟେଲରୁ ଇଭିଏମ୍ ମିଳିବା ଖବରକୁ ନେଇ ହଙ୍ଗାମା ଆରମ୍ଭ ହୋଇଯାଇଛି । ସ୍ଥାନୀୟ ଲୋକଙ୍କୁ ଯେତେବେଳେ ଏହି କଥାର ସୂଚନା ମିଳିଥିଲା ଲୋକମାନେ ସେଠାରେ ଜମା ହୋଇ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଯେଉଁ ଅଧିକାରୀଙ୍କ ପାଖରୁ ଇଭିଏମ୍ ଜବତ ହେଲା ସେ ହେଉଛନ୍ତିି ଇଭିଏମ୍ ର ସଂରକ୍ଷକ ତଥା ସେକ୍ଟରର ମାଜିଷ୍ଟ୍ରେଟ୍ । ସେକ୍ଟର ମାଜିଷ୍ଟ୍ରେଟ୍ ଅବେଧଶ୍ କୁମାର ହେଉଛନ୍ତି ଇଭିଏମ୍ ର ସଂରକ୍ଷକ । ସେ ନିଜ ସଫେଇରେ କହିଥିଲେ ତାଙ୍କର ୪ ଜଣ ଟିମ୍ ଇଭିଏମ୍ ମେସିନ୍ ବ୍ୟାକ୍ ଅପ୍ ରେ ନେଇ ଚାଲୁଥିଲେ ଯେଭଳି କୌଣସି ପୋଲିଙ୍ଗ୍ ବୁଥ୍ ରେ ଇଭିଏମ୍ ଖରାପ ହେଲେ ତାକୁ ତତ୍କାଳ ବଦଳା ଯାଇପାରିବ ।

ଏହାପରେ ତାଙ୍କ ଗାଡିର ଡ୍ରାଇଭର୍ ନିକଟ ପୋଲିଙ୍ଗ୍ ବୁଥ୍ ସଂଖ୍ୟା ୧ ରେ ଯାଇ ମତଦାନ କରିବାକୁ ଇଚ୍ଛା ପ୍ରକଟ କରିଥିଲେ ତେଣୁ ସେ ପାଖ ଏକ ହୋଟେଲରେ ଇଭିଏମକୁ ଧରି ଓହ୍ଲାଇଥିଲେ । କିନ୍ତୁ ଯେତେବେଳେ ପୋଲିଙ୍ଗ୍ ଏଜେଣ୍ଟଙ୍କୁ ଏନେଇ ଜ୍ଞାତ ହେଲା ଯେ ମାଜିଷ୍ଟ୍ରେଟ୍ ଙ୍କ ପାଖରେ ଦୁଇଟି ଇଭିଏମ୍ ମେସିନ୍ ଅଛି ସେ ହଙ୍ଗାମା କରିବା ଆରମ୍ଭ କରିଦେଲେ ।



from Kanak News http://bit.ly/2JmuvhY http://bit.ly/2J3mnUh
ମୁଜାଫରପୁର : ନିର୍ବାଚନ ସମୟରେ ହୋଟେଲରୁ ମିଳିଲା ଇଭିଏମ୍ ମେସିନ୍ ! ହଙ୍ଗାମା କଲେ ସ୍ଥାନୀୟ ଜନତା , ନିର୍ବାଚନ ଅଧିକାରୀଙ୍କ ପାଖକୁ ଗଲା ନୋଟିସ୍ । Kanak News ମୁଜାଫରପୁର : ନିର୍ବାଚନ ସମୟରେ ହୋଟେଲରୁ ମିଳିଲା ଇଭିଏମ୍ ମେସିନ୍ ! ହଙ୍ଗାମା କଲେ ସ୍ଥାନୀୟ ଜନତା , ନିର୍ବାଚନ ଅଧିକାରୀଙ୍କ ପାଖକୁ ଗଲା ନୋଟିସ୍ । Kanak News Reviewed by SUBHENDU BARAL on May 06, 2019 Rating: 5

No comments:

Powered by Blogger.