ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ସୋର ୧|୫:  ଦାଦନ ଦୁଃଖ । ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ନୂଆସାହି ଗାଁର ତପନ ବାରିକ । ଆନ୍ଧ୍ର ବିଜୟୱାଡାର ଏକ ପଥର କଟିଂ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ ତପନ ଗତକାଲି ସେ କାର୍ଯ୍ୟକ୍ଷେତ୍ରରେ ବସିଥିବା ବେଳେ ତାଙ୍କ ଉପରେ ଏକ ବିରାଟ ପଥର ଖସିପଡ଼ିବାରୁ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତପନଙ୍କ ମୃତଦେହ ଆଣିବା ପାଇଁ ଆଜି ବିଜୟୱାଡା ଯାଇଛନ୍ତି ପରିବାର ଲୋକ ।



from News7 http://bit.ly/2ZMe0Sa
ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ ଆନ୍ଧ୍ର ପ୍ରଦେଶକୁ ଦାଦନ ଖଟିବାକୁ ଯାଇ ଓଡିଆ ଶ୍ରମିକଙ୍କ ମୃତ୍ୟୁ Reviewed by SUBHENDU BARAL on May 01, 2019 Rating: 5

No comments:

Powered by Blogger.