ଗୋରଖପୁର ୩୧/୩- ପଂଚାୟତ ଅଧିକାରୀଙ୍କୁ ପ୍ରେମ ପଡ଼ିଲା ମହଙ୍ଗା । ଯୁବତୀ କଲେ ବ୍ଲାକମେଲ । ବାରମ୍ବାର ଧମକାଇ ମୋଟା ଅଂକର ରାଶି କରୁଥିଲେ ଆଦାୟ ।
ଏଭଳି ଘଟଣା ଦେଖିବାକୁ ମିଳିଛି ଗୋରଖପୁର ଜଣେ ପଂଚାୟତରାଜ ଅଧିକାରୀଙ୍କ କ୍ଷେତ୍ରରେ । ହିମାଂଶୁ ଶେଖର ଠାକୁର ନାମରେ ଜଣେ ଯୁବକ ଜିଲ୍ଲା ପଂଚାୟତ ଅଧିକାରୀ ଭାବରେ କାମ କରୁଥିଲେ । ମୁରାଦାବାଦ ଆକାଶ ଗ୍ରୀନ କଲୋନୀରେ ରହୁଥିବା ସାରିକା ଗୌତମି ନାମକ ଜଣେ ଯୁବତୀଙ୍କ ସହ ହୋଇଥିଲା ସଂପର୍କ । କିନ୍ତୁ କିଛିଦିନ ପରେ ସାରିକା ପଂଚାୟତ ଅଧିକାରୀଙ୍କୁ ପ୍ରେମ କରୁଥିବା ଡ଼ିମାଣ୍ଡ କରିଥିଲେ । ଏମିତିକି ବିବାହ କରିବାକୁ ମଧ୍ୟ ଜିଦ୍ ଧରିଥିଲେ । କିନ୍ତୁ ହିମାଂଶୁ ଶେଖର ଏହି କଥାକୁ ଆଦୌ ମାନୁ ନଥିଲେ । ଏହି ପ୍ରେମ ସଂପର୍କକୁ ନେଇ ଯୁବତୀ ବିବାହ କରିବାକୁ ଜିଦ୍ ଧରୁଥିବାବେଳେ ହିମାଂଶୁ କିନ୍ତୁ ଅସ୍ଵୀକାର କରୁଥିଲେ ।
ଏହାପରେ ଯୁବତୀ ଆରମ୍ଭ କରିଦେଇଥିଲେ ଡ଼୍ରାମା । ବିବାହ କରିବା ଆଳରେ ଯୁବକଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିଦେଇଥିଲେ । ସୁସାଇଡ଼ ନୋଟରେ ଯୁବକଙ୍କ ନାଁ ଲେଖି ଆତ୍ମହତ୍ୟା କରିବାକୁ ଦେଇଥିଲେ ଧମକ । ଯୁବକ ସରକାରୀ ଚାକିରୀ କରୁଥିବା କାରଣରୁ ଏହି ଘଟଣାକୁ ଡ଼ରୁଥିଲେ । ସେ ଯୁବତୀଙ୍କ କଥା ରଖିବେ ବୋଲି କହିବା ପରେ ଆରମ୍ଭ ହୋଇଥିଲା ବ୍ଲାକମେଲ୍ ।
ସେ ଯୁବକଙ୍କ ଠାରୁ ମୋଟା ଅଂକର ରାଶି ଦାବୀ କରୁଥିଲେ । ସେ ଯୁବକଙ୍କୁ ଏକ ବଣ୍ଡ୍ ପେପରରେ ଏଗ୍ରିମେଣ୍ଟ କରାଇ ନେଇଥିଲେ ।୧ଲକ୍ଷ ଟଂକା ନେବାପରେ ଆଉ ୨ଲକ୍ଷ ଟଂକା ପରେ ଦେବାକଥା ଯୁବକ କରିଥିଲେ ଏଗ୍ରିମେଣ୍ଟ । ଯୁବତୀ ସେହି ଦୁଇଲକ୍ଷ ଟଂକା ନେବାପରେ ମଧ୍ୟ ପୁଣି ବ୍ଲାକମେଲ କରି ଆଦାୟ କରିବାକୁ ଚାହୁଁଥିଲେ । ଯଦି ସେ ଭଲରେ ଟଂକା ନଦେବେ ତାହେଲେ ଲାଇଭ କରି ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ । ଯୁବକ ଏହି ଘଟଣାକୁ ନେଇ ବାଧ୍ୟହୋଇ ଥାନାରେ ହୋଇଥିଲେ ଦ୍ଵାରସ୍ଥ ।
ଏହି ଘଟଣାରେ ବ୍ଲାକମେଲ କରୁଥିବା ଯୁବତୀ ସାରିକା ଗୌତମୀଙ୍କୁ ପୋଲିସ ଗିରଫ କରିଛି ।
from News7 https://ift.tt/2OCdBMS
No comments: