
ନୂଆଦିଲ୍ଲୀ: ନିଜ ମାଟିକୁ ଫେରୁଛନ୍ତି ଭାରତୀୟ ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ବର୍ତ୍ତମାନ। ସାରା ଦେଶ ତାଙ୍କୁ ସ୍ୱାଗତ କରିବାକୁ ଅନାଇ ବସିଛି।
ନିଜର ବୀର ପୁଅକୁ ସ୍ୱାଗତ କରିବା ପାଇଁ ଆସୁଛନ୍ତି ଅଭିନନ୍ଦନଙ୍କ ବାପାମା। ବାପା ଏସ୍. ବର୍ତ୍ତମାନ ଓ ମାଆ ଶୋଭା ବିମାନରେ ଚେନ୍ନାଇରୁ ନୂଆଦିଲ୍ଲୀ ଆସୁଛନ୍ତି। ତେବେ ଆସିବା ବାଟରେ ବିମାନରେ ବସିଥିବା ଅନ୍ୟ ଯାତ୍ରୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି। ନିଜ ନିଜ ସିଟ୍ରେ ଠିଆ ହୋଇ କରତାଳି ଦେବା ସହ ଦମ୍ପତିଙ୍କୁ ଉତ୍ସାହିତ କରିଛନ୍ତି।
ଅଭିନନ୍ଦନଙ୍କ ବାପା ଏସ୍. ବର୍ତ୍ତମାନ ମଧ୍ୟ ଜଣେ ଏୟାର ମାର୍ଶାଲ। ତାଙ୍କ ପରିବାର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ପିଢ଼ି ପିଢ଼ି ଧରି ଭାରତୀୟ ବାୟୁ ସେନାର ସେବା କରିଆସୁଛନ୍ତି। ଅଭିନନ୍ଦନଙ୍କୁ ଆଣିବା ଲାଗି ତାଙ୍କ ବାପା, ମା ଓ୍ୱାଘା ସୀମା ଅଭିମୁଖେ ଯାଉଛନ୍ତି।
from OTV Khabar https://ift.tt/2H9Kmzb
ଫ୍ଲାଇଟ୍ ଭିତରେ ଅଭିନନ୍ଦନଙ୍କ ବାପାମାଙ୍କୁ ସ୍ୱାଗତ କଲେ ଅନ୍ୟ ଯାତ୍ରୀ OTV KHABAR BUREAU
Reviewed by SUBHENDU BARAL
on
March 01, 2019
Rating:
No comments: