
ଶ୍ରୀନଗର: ପାକିସ୍ତାନର ଦୋମୁହାଁ ନୀତି। ପିଓକେର ବାଲାକୋଟ୍ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଗୋଟିଏ ପଟେ ଶାନ୍ତି ପ୍ରସ୍ତାବ ଦେଉଥିବା ବେଳେ ଅନ୍ୟପଟେ ନିୟନ୍ତ୍ରଣ ସୀମାରେଖା(ଏଲ୍ଓସି)ରେ ପାକ୍ ସେନା ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି।
ଉରି ସେକ୍ଟରର ଏଲ୍ଓସିରେ ପାକିସ୍ତାନୀ ସେନା ଆଜି ଅସ୍ତ୍ରବିରତି ଉଲ୍ଲଂଘନ କରିଛନ୍ତି। ଏଥିରେ ଜଣେ ସାଧାରଣ ନାଗରିକ ଆହତ ହୋଇଛନ୍ତି। ଗତକାଲି ସନ୍ଧ୍ୟାରେ ବାରାମୁଲ୍ଲା ଜିଲ୍ଲାର ଉରି ଅଞ୍ଚଳରେ ପାକିସ୍ତାନୀ ସେନା ଭାରତର ସେନା ଶିବିର ଓ କମଲକୋଟେ ଅଞ୍ଚଳରେ ଥିବା ଗାଁରେ ଗୁଳିମାଡ଼ କରିଥିଲେ।
ଗତ ୧୪ ତାରିଖରେ ପୁଲ୍ୱାମା ହମ୍ଲାରେ ସିଆର୍ପିଏଫ୍ର ୪୦ ଜଣ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ନିଜକୁ ଦାୟୀ କରିଥିଲା।
from OTV Khabar https://ift.tt/2tIIQw4
ଉରିରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ OTV KHABAR BUREAU
Reviewed by SUBHENDU BARAL
on
March 01, 2019
Rating:
No comments: