
ୱାଶିଂଟନ: ଆତଙ୍କବାଦର ମୂଳୋତ୍ପାଟନ ନିମନ୍ତେ ଏବେ ଏକାଠି ହୋଇଛନ୍ତି ବିଶ୍ୱ ସମୁଦାୟ। ଏଥିପାଇଁ ଉଦ୍ୟମ ଆରମ୍ଭ କରିସାରିଛି ଆମେରିକା।
ଲାଦେନର ପୁଅ ହମ୍ଜା ବିନ୍ ଲାଦେନକୁ ଧରିବାକୁ ଅଭିଯାନ ଆରମ୍ଭ କରିଛି ଆମେରିକା। ହମ୍ଜାକୁ ଧରାଇ ଦେଲେ ଏକ ମିଲିୟନ ଡଲାର ପୁରସ୍କାର ରାଶି ଦେବାକୁ ଘୋଷଣା କରିଛି ଏହି ଶକ୍ତିଶାଳୀ ରାଷ୍ଟ୍ର। ଆମେରିକାର ସୁରକ୍ଷା ସମ୍ପର୍କିତ ଅତିରିକ୍ତ ସଚିବ ଏମ୍.ଟି. ଇଭାନ୍ ଏହା ଘୋଷଣା କରିଛନ୍ତି।
ଅଲ୍କଏଦା ପରି ଆତଙ୍କବାଦ ସଙ୍ଗଠନର ପୂର୍ବତନ ମୁଖ୍ୟ ଓସାମା ବିନ୍ ଲାଦେନକୁ ପାକିସ୍ତାନରେ ପଶି ଆମେରିକୀୟ ସୈନ୍ୟ ହତ୍ୟା କରିଥିଲେ। ହେଲେ ଏବେ ଉକ୍ତ ସଂଗଠନକୁ ନିପାତ କରିବା ପାଇଁ ଆମେରିକା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।
ଓସାମାଙ୍କ ପୁଅ ହମ୍ଜା ଆଫଗାନିସ୍ତାନ -ପାକିସ୍ତାନ ସୀମାରେ ଥିବାର ଅନୁମାନ କରାଯାଉଛି। ଏପରିକି ସେ ଇରାନ ମଧ୍ୟ ଖସି ପଳାଇଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।
from OTV Khabar https://ift.tt/2TpGDnL
ଲାଦେନ ପୁଅକୁ ଧରାଇ ଦେଲେ ମିଳିବ ପୁରସ୍କାର OTV KHABAR BUREAU
Reviewed by SUBHENDU BARAL
on
March 01, 2019
Rating:

No comments: