ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ମାମଲା ; ବନ୍ଧୁଗାଁରୁ ଗିରଫ ହେଲେ ଆଉ ୪ ଜଣ Pradesh Pratyush

କୋରାପୁଟ  : ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଗିରଫ ହୋଇଛନ୍ତି ଆଉ ୪ ଜଣ। କୋରାପୁଟ ଜିଲ୍ଲାର ଜଣେ ଜେରକ୍ସ ଦୋକାନୀ ଓ ୩ ଅଭିଭାବକକୁ ଗିରଫ କରିଛି ପୁଲିସ୍‌।

ବନ୍ଧୁଗାଁ ସରକାରୀ ସ୍କୁଲରେ ପ୍ରଶ୍ନପତ୍ର ଭାଇରାଲ୍ ମାମଲାରେ ଏମାନଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟିଏ ଲାପଟପ୍, ଜେରକ୍ସ ମେସିନ୍ ଏବଂ ମୋବାଇଲ୍ ଜବତ କରି ଖୋଳତାଡ଼ କରୁଛି ପୁଲିସ୍‌। ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନ ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିଲା। ଏହି ମାମଲାକୁ ନେଇ ବନ୍ଧୁଗାଁ ହାଇସ୍କୁଲ୍‌ର ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ୍ ଓ ଜଣେ ଶିକ୍ଷକଙ୍କ ନାଁରେ ରୁଜୁ ହୋଇଛି ମାମଲା।

କୋରାପୁଟ DEOଙ୍କ ଏତଲାକୁ ଭିତ୍ତି କରି ଏହି ଦୁଇ ଶିକ୍ଷକଙ୍କ ନାଁରେ ଥାନାରେ ମାମଲା ଦାଏର ହୋଇଛି।



from OTV Khabar https://ift.tt/2IGsher
ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ମାମଲା ; ବନ୍ଧୁଗାଁରୁ ଗିରଫ ହେଲେ ଆଉ ୪ ଜଣ Pradesh Pratyush ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ମାମଲା ; ବନ୍ଧୁଗାଁରୁ ଗିରଫ ହେଲେ ଆଉ ୪ ଜଣ Pradesh Pratyush Reviewed by SUBHENDU BARAL on March 01, 2019 Rating: 5

No comments:

Powered by Blogger.