ନୂଆଦିଲ୍ଲୀ ୧|୩: ଓ୍ବାଘା ବର୍ଡରରେ ପହଞ୍ଚିଲେ ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ । ୱାଘା-ଅଟାରି ବର୍ଡର ଦେଇ ସ୍ବଦେଶକୁ ଫେରିବେ ଅଭିନନ୍ଦନ । ଅଟାରୀରେ ଅଭିନନ୍ଦନଙ୍କୁ ସ୍ବାଗତ କରିବେ ବାୟୁସେନାର ପ୍ରତିନିଧି ଦଳ । ଅଭିନନ୍ଦନଙ୍କ ବାପା ମାଆ ଉପସ୍ଥିତ ଅଛନ୍ତି । ବାୟୁସେନା ଅଧିକାରୀ ଅଭିନନ୍ଦନଙ୍କୁ ନେଇ ନୂଆଦିଲ୍ଲୀ ଅଭିମୁଖେ ଯିବେ । ଦିଲ୍ଲୀର ପାଲମ ଏୟାରପୋର୍ଟରେ ପହଞ୍ଚିବା ପରେ ବାୟୁସେନା ହେଡକ୍ବାର୍ଟରକୁ ନିଆଯିବ । ଅଭିନନ୍ଦନ ଫେରିବା ପରେ ସାରା ଭାରତରେ ଖୁସିର ଲହରୀ ଖେଳିଯାଇଛି ।
ସୂଚନାଯୋଗ୍ୟ ଯେ, ଭାରତୀୟ ସୀମା ଭିତରକୁ ପଶିଆସିଥିବା ପାକିସ୍ତାନ ଯୁଦ୍ଧ ବିମାନ ଏଫ-୧୬କୁ ଧ୍ବଂସ କରିବା ପାଇଁ ପିଓକେ ଭିତରକୁ ପଶିଯାଇଥିଲେ ଅଭିନନ୍ଦନ । ତାଙ୍କୁ ସେଠାରୁ ପାକ୍ ସେନା କବଜା କରି ନେଇଥିଲା । ପାକିସ୍ତାନ କବଜାରେ ଭାରତୀୟ ପାଇଲଟ୍ ଥିବା ନେଇ ଭିଡିଓ ଭାଇରାଲ ହେବା ପରେ ନିସର୍ତ୍ତରେ ତାଙ୍କୁ ମୁକ୍ତ କରିବାକୁ ଭାରତ ସରକାର ଦାବି କରିଥିଲେ । ପ୍ରବଳ ଆନ୍ତର୍ଜାତିକ ଚାପ ଓ ଭାରତର ଯୁଦ୍ଧ ପ୍ରସ୍ତୁତି ଦେଖି ଶେଷରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଅଭିନନ୍ଦନଙ୍କୁ ମୁକ୍ତ କରିବେ ବୋଲି ଗତକାଲି ଘୋଷଣା କରିଥିଲେ ।
from News7 https://ift.tt/2tJZDig
No comments: