ଭାରତର ଦୁଇଟି ବିମାନକୁ ଖସା ଯାଇଥିବା ଦାବି କଲା ପାକିସ୍ତାନ Rosalin Rath

ନୂଆଦିଲ୍ଲୀ: ଭାରତର ଦୁଇଟି ଯୁଦ୍ଧ ବିମାନକୁ ପାକିସ୍ତାନ ଖସାଇ ଦେଇଥିବା ଦାବି କରିଛି। ପାକ୍ ସୀମା ଭିତରକୁ ପଶି ଯାଇଥିବା ଭାରତୀୟ ବାୟୁସେନାର ଦୁଇଟି ବିମାନକୁ ଖସାଇ ଦିଆଯାଇଥିବା ପାକିସ୍ତାନ ସେନାର ଇଣ୍ଟର୍‌ ସର୍ଭିସେସ୍‌ ପବ୍ଲିକ ରିଲେସନ୍‌ସ୍‌ ଡିଜି ମେଜର୍‌ ଜେନେରାଲ୍‌ ଏ. ଗଫୁର୍‌ ସୂଚନା ଦେଇଛନ୍ତି।

ପାକ୍ ସେନାର ଆକ୍ରମଣ ପରେ ଗୋଟିଏ ବିମାନ ଆଜାଦ କାଶ୍ମୀରରେ ପଡ଼ିଥିବା ବେଳେ ଆଉ ଏକ ବିମାନ ଭାରତ ପଟର କାଶ୍ମୀରରେ ପଡ଼ିଥିବା ପାକିସ୍ତାନ ଦାବି କରିଛି। ଏଥିସହ ଜଣେ ପାଇଲଟ୍‌ଙ୍କୁ ଗିରଫ କରଯାଇଥିବା ସେ ସୂଚନା ଦେଇଛନ୍ତି।

ଅନ୍ୟପଟେ ପାକିସ୍ତାନ ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି ଯେ, ଆଜି ସକାଳେ ପାକିସ୍ତାନ ଏୟାର ଫୋର୍ସ ନିଜ ସୀମା ଭିତରେ ଥାଇ ଭାରତ ପଟେ ଆକ୍ରମଣ କରିଥିଲା। ଏହାର ଏକମାତ୍ର ଉଦ୍ଦେଶ୍ୟ, ଆତ୍ମରକ୍ଷା ପାଇଁ ନିଜ ଅଧିକାର, ଇଚ୍ଛାଶକ୍ତି ଓ କ୍ଷମତା ଅଛି ବୋଲି ପ୍ରଦର୍ଶନ କରିବା ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଉତ୍ତେଜନାକୁ ଦୃଷ୍ଟିରେ ଦେଖି ଲାହୋର, ମୁଲତାନ, ଫୈସଲାବାଦ, ସିଆଲକୋଟ୍ ଓ ଇସଲାମାବାଦରେ ସବୁ ପ୍ରକାର ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ପାକିସ୍ତାନ ବନ୍ଦ କରିଛି ।



from OTV Khabar https://ift.tt/2EyJF0C
ଭାରତର ଦୁଇଟି ବିମାନକୁ ଖସା ଯାଇଥିବା ଦାବି କଲା ପାକିସ୍ତାନ Rosalin Rath ଭାରତର ଦୁଇଟି ବିମାନକୁ ଖସା ଯାଇଥିବା ଦାବି କଲା ପାକିସ୍ତାନ Rosalin Rath Reviewed by SUBHENDU BARAL on February 27, 2019 Rating: 5

No comments:

Powered by Blogger.