ତିତ୍‌ଲି ଦେଇଗଲା ଦୁଃଖ; ବିଚ୍ଛିନ୍ନାଞ୍ଚଳରେ ରହିବା ଭଳି ଦିନ କାଟୁଛନ୍ତି ଲୋକେ Rosalin Rath

ଗଞ୍ଜାମ: ବାତ୍ୟା ତିତ୍‌ଲି ଓ ପରବର୍ତ୍ତୀ ବନ୍ୟାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିରେ ଏବେ ବି ଲୋକମାନେ ସଢ଼ି ହେଉଛନ୍ତି। ତିତ୍‌ଲିକୁ ତିନି ସପ୍ତାହ ପୂରିବାକୁ ବସିଲାଣି ହେଲେ ଗଞ୍ଜାମ ଜିଲ୍ଲା ଗାଜଲବାଡ଼ି ପଞ୍ଚାୟତ ବାସିନ୍ଦା ଏବେ ଯାଏ ମଧ୍ୟ ଅଣ୍ଟା ସଳଖି କରି ପାରିନାହାନ୍ତି।

ବାତ୍ୟା ପରବର୍ତ୍ତୀ ଋଷିକୂଲ୍ୟା ବନ୍ୟାରେ ଧୋଇ ହୋଇ ଯାଇଛି ଘର ଦ୍ୱାର ଏବଂ ଭାସିଯାଇଛି ସବୁ ଆସବାବ ପତ୍ର। କେବଳ ପଡ଼ିରହିଛି ଭିଟାମାଟି ଓ ନଷ୍ଟ ହୋଇ ଯାଇଥିବା ଚାଷଜମି।

ଏପଟେ ସଡ଼କ ଓ ବିଦ୍ୟୁତ୍‌ ସଂଯୋଗ ସଜାଡ଼ିବାକୁ ସରକାରୀ କର୍ମଚାରୀ ଚେଷ୍ଟା ଚଳାଇଛନ୍ତି। କିନ୍ତୁ କେବେ ରାସ୍ତାରେ ଗାଡ଼ି ଚାଲିବ, ଆଉ କେବେ ଗାଁରେ ବିଜୁଳି ଆଲୋକ ଜଳିବ, ତାହା କେବଳ ବିଧାତାକୁ ଜଣା।

ଗାଜଲବାଡ଼ିରୁ ରାମନାବାଡ଼ିକୁ ୬ କିଲୋମିଟର ରାସ୍ତା ପୂରା ଧୋଇ ହୋଇ ଯାଇଥିବାରୁ ସ୍ଥାନୀୟ ଲୋକେ ବାହାର ଦୁନିଆରୁ ଏକ ପ୍ରକାର ବିଚ୍ଛିନ୍ନ ହୋଇ ଯାଇଛନ୍ତି।

ବଜାର, ପଞ୍ଚାୟତ କାର୍ଯ୍ୟଳୟ, ଏପରିକି ଲୋକମାନେ ଡାକ୍ତରଖାନା ମଧ୍ୟ ଯାଇପାରୁ ନାହାନ୍ତି। ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

(ଭଞ୍ଜନଗରରୁ ପ୍ରଦୀପ କୁମାର ସ୍ୱାଇଁଙ୍କ ରିପୋର୍ଟ)

 



from OTV Khabar https://ift.tt/2yIHd4q
ତିତ୍‌ଲି ଦେଇଗଲା ଦୁଃଖ; ବିଚ୍ଛିନ୍ନାଞ୍ଚଳରେ ରହିବା ଭଳି ଦିନ କାଟୁଛନ୍ତି ଲୋକେ Rosalin Rath ତିତ୍‌ଲି ଦେଇଗଲା ଦୁଃଖ; ବିଚ୍ଛିନ୍ନାଞ୍ଚଳରେ ରହିବା ଭଳି ଦିନ କାଟୁଛନ୍ତି ଲୋକେ Rosalin Rath Reviewed by SUBHENDU BARAL on November 01, 2018 Rating: 5

No comments:

Powered by Blogger.