ନୂଆଦିଲ୍ଲୀ : ରାଫେଲ ଯୁଦ୍ଧ ବିମାନ କିଣିବା ସମୟରେ ୨୦୧୩ର ପ୍ରକ୍ରିୟାକୁ ଗ୍ରହଣ କରାଯାଇଥିଲା। ଏଥିପାଇଁ ପ୍ରାୟ ଏକ ବର୍ଷ ଧରି ଅାଲୋଚନା ଚାଲିଥିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ତଥ୍ୟ ଉପସ୍ଥାପନ କରାଯାଇଛି। ଏଥିସହ ରାଫେଲ ଯୁଦ୍ଧ ବିମାନ କ୍ରୟ ସମ୍ପର୍କିତ ସମସ୍ତ ତଥ୍ୟ କେନ୍ଦ୍ର ସରକାର ଦାଖଲ କରିଛନ୍ତି।
ରାଫେଲ ଦୁର୍ନୀତି ଅଭିଯୋଗର କୋର୍ଟଙ୍କ ନିର୍ଦ୍ଦେଶରେ ତଦନ୍ତ କରିବା ସୁପ୍ରିମକୋର୍ଟରେ ଅାବେଦନ ହୋଇଥିଲା। ଏହି ଅାବେଦନକାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୧୬ ପୃଷ୍ଠାର ଦସ୍ତାବିଜ ଦିଅାଯାଇଛି। ବାୟୁସେନାର ଡେପୁଟି ଚିଫ୍ ରାଙ୍କ୍ର ଜଣେ ଅଫିସରଙ୍କ ନେତୃତ୍ୱରେ ଗଠିତ ଟିମ୍ ଦର ସମ୍ପର୍କିତ ଅାଲୋଚନା କରିଥିଲେ।
ଏହି ଟିମ୍ ଜୁଲାଇ ୨୦୧୬ରେ ରିପୋର୍ଟ ଦାଖଲ କରିଥିଲା। ଏହାପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ଏହାକୁ ଅନୁମୋଦନ କରିଥିଲା ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦର୍ଶାଯାଇଛି। ରାଫେଲ ଡିଲରେ ବ୍ୟାପକ ଅନିୟମିତତା ହୋଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଥିଲା। ଏପରିକି ୟୁପିଏ ସରକାର ବେଳେ ନିଅାଯାଇଥିବା ନିଷ୍ପତ୍ତି ଠାରୁ ପ୍ରାୟ ତିନିଗୁଣ ଅଧିକ ମୂଲ୍ୟରେ ୩୬ଟି ରାଫେଲ ଫାଇଟର ଜେଟ୍ କିଣାଯାଇଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି।
from OTV Khabar https://ift.tt/2QDqHd8
No comments: