ଝିଅ ବିବାହ ପାଇଁ ସ୍ୱତନ୍ତ୍ର ଏଲଆଇସି ପଲିସି ! ଦିନକ ମାତ୍ର ୧୨୧ ଟଙ୍କା ଦେଇ ଯୋଜନା ଆରମ୍ଭ କରନ୍ତୁ, ମିିଳିବ ୨୭ ଲକ୍ଷ ଟଙ୍କା Kanak News
ଏଲଆଇସିରେ ଏକ ସ୍ୱତନ୍ତ୍ର ପଲିସି ରହିଛି, ଯଦି ଆପଣ ଏହି ପୋଲିସିରେ ପ୍ରତିଦିନ ୧୨୧ ଟଙ୍କା ହିସାବରେ ଜମା କରୁଛନ୍ତି, ତେବେ ୨୫ ବର୍ଷର ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ । ଏହା ବ୍ୟତୀତ ପଲିସି କରିବା ପରେ ଆପଣଙ୍କ ମୃତ୍ୟୁ ହୋଇଗଲେ, ଆପଣଙ୍କ ପରିବାରଙ୍କୁ ଏହି ପଲିସି ପ୍ରିମିୟମ ଭରିବାକୁ ପଡିବ ନାହିଁ । ଏବଂ ପ୍ରତ୍ୟେକ ବର୍ଷ ଆପଣଙ୍କ ପରିବାରକୁ ୧ ଏକ ଲକ୍ଷ ଟଙ୍କା ଦିଆଯିବ । ଏହାଛଡା, ୨୫ ବର୍ଷ ପୁରିବା ମାତ୍ରେ ନମିନିଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ ।
ଝିଅର ବିବାହର ପ୍ରସ୍ତୁତି ପାଇଁ ଏହି ପୋଲିସି ଲାଭଦାୟକ –
ସାଧାରଣତଃ ଅନେକ ଲୋକ ଝିଅର ବିବାହକୁ ନେଇ ଚିନ୍ତିତ ରହିଥାନ୍ତି । ସେହି ଲୋକଙ୍କ ପାଇଁ ଏହି ପଲିସି ସବୁଠାରୁ ଲାଭଦାୟକ । ଏମିତି କି, ଏଲଆଇସି ଏହି ପଲିସିର ନାମ ମଧ୍ୟ କଲ୍ୟାଣ ଯୋଜନା ରଖିଛି । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପାଖାପାଖି ୩୬୦୦ ଟଙ୍କା ମାସିକ ପ୍ଲାନ ରହିଛି । ଯଦି କିଏ କମ୍ ପ୍ରିମିୟମ ବା ତା’ଠାରୁ ଅଧିକ ପ୍ରିମିୟମ ଦେବାକୁ ଚାହୁଁଛି, ତେବେ ଏହାର ସୁବିଧା ମଧ୍ୟ ଉବଲବ୍ଧ ରହିଛି ।
କେଉଁ ବୟସରେ ମିଳିବ ଏହି ପୋଲିସି ଜାଣନ୍ତୁ
ଏହି ପୋଲିସି କରିବାକୁ ହେଲେ ୩୦ ବର୍ଷରୁ କମ ହେବା ଜରୁରୀ କିମ୍ବା ଝିଅର ବୟସ ୧ ବର୍ଷ ହେବା ଦରକାର। ଏହି ପ୍ଲାନ ୨୫ ବର୍ଷ ପାଇଁ ମିଳିବ । କିନ୍ତୁ ପ୍ରିମିୟମ ୨୨ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିବ । ବୟସ ଅନୁସାରେ ବି ପଲିସି ରହିଛି । ଝିଅର ବୟସ ହିସାବରେ ଏହି ପୋଲିସିର ସମୟ ସୀମା ରଖାଯିବ ।
ପୋଲିସି ବିଷୟରେ ଜାଣି ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
– ପୋଲିସି ୨୫ ବର୍ଷର କରନ୍ତୁ
– ୨୨ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ପଡିବ
– ପ୍ରତିଦିନ ୧୨୧ ଟଙ୍କା ତଥା ମାସରେ ୩୬୦୦ ଟଙ୍କା
– ଯଦି ଏହା ମଧ୍ୟରେ ବୀମାଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ପରିବାରକୁ ଦେବା ପାଇଁ ପଡିବ ନାହିଁ ପ୍ରିମିୟମ ।
– ଝିଅର ପଲିସି ବାବଦରେ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମିଳିବ ।
– ପଲିସି ପୁରା ହେବା ପରେ ନମିନୀକୁ ମିଳିବ ୨୭ ଲକ୍ଷ ଟଙ୍କା
– ଏହି ପୋଲିସି କମ କିମ୍ବା ଅଧିକ ପ୍ରିମିୟମରେ ନେଇ ପାରିବେ ।
ସିଙ୍ଗେଲ ଇନଡାଉମେଂଟ ପ୍ଲାନ
ଏଲଆଇସିର ଏହି ଯୋଜନାରେ କେବଳ ଥରେ ହିଁ ପ୍ରିମିୟମ ଦେବାକୁ ପଡିବ । ଏହି ଯୋଜନା ୯୦ ଦିନ ଶିଶୁ ଠାରୁ ଆରମ୍ଭ କରି ୬୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧ ବ୍ୟକ୍ତି ମଧ୍ୟ କରିପାରିବେ । ଏହି ପ୍ଲାନ ୧୦ ବର୍ଷ ପର୍ଯ୍ୟନ୍ତ ମିଳିବ । ଏଥିରୁ ଅତି କମ୍ରେ ୫୦ ହଜାର ବିମା ନିଆ ଯାଇପାରିବ । କିନ୍ତୁ ବେଶୀ ଟଙ୍କା ପାଇଁ କୌଣସି ସୀମା ନାହିଁ । ଯଦି କେଉଁ ବ୍ୟକ୍ତି ୫୦ ହଜାର ଟଙ୍କା ବୀମା ନେବାକୁ ଚାହୁଁଛି, ତେବେ ୪୦ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ୧୦ ବର୍ଷ ପରେ ପୋଲିସି ପୁରା ହେବା ପରେ ୭୫ରୁ ୮୦ ହଜାର ଟଙ୍କା ମିଳିବ । ଇତି ମଧ୍ୟରେ ଯଦି ନମିନୀର ମୃତ୍ୟୁ ହୋଇଯାଏ, ତେବେ ନମିନୀକୁ ୫୦ ହଜାର ଟଙ୍କା ମିଳିବ ।
ସିଙ୍ଗଲ ମନି ବ୍ୟାଙ୍କ ପୋଲିସି
ଏଲଆଇସିର ଏହି ଯୋଜନାରେ ତିନୋଟି ବିକଳ୍ପ ସହିତ ନିବେଶ କରା ଯାଇପାରେ । ଏଥିରେ ନିବେଶକୁ ୯ ବର୍ଷ, ୧୨ ବର୍ଷ, ୧୫ ବର୍ଷ ବିକଳ୍ପ ମିଳିବ । ଏହି ସବୁ ବିକଳ୍ପରେ ଅତି କମରେ ବୀମା ନେବା ଜରୁରୀ । କିନ୍ତୁ ଅଧିକ ବୀମା ରାଶୀ ପାଇଁ କୌଣସି ସୀମା ନାହିଁ ।
୯ ବର୍ଷ ବିକଳ୍ପର ବିବରଣୀ
ଏହି ବିକଳ୍ପରେ ନିବେଶ କରିବା ପାଇଁ ଅତି କମରେ ୨୮ ହଜାର ଟଙ୍କା ପ୍ରିମିୟମ ଦେବାକୁ ହେବ, ଯେଉଁଥିରୁ ଆପଣଙ୍କୁ ୪୦ ହଜାର ଟଙ୍କା ବୀମା ମିଳିବ । ଏହି ଯୋଜନାରେ ୩/୬ ବର୍ଷରେ ୧୫-୧୫ ପ୍ରତିଶତ ଟଙ୍କା ମନି ବ୍ୟାଙ୍କ ରୂପରେ ମିଳିବ । ଏହା ଟଙ୍କା ପାଖାପାଖି ୬-୬ ହଜାର ଟଙ୍କା ହୋଇଥାଏ । ୯ ବର୍ଷରେ ୧୬ ହଜାର ଟଙ୍କା ବନେସ ମିଳିବା ବ୍ୟବସ୍ଥା ରହିଛି ।
୧୨ ବର୍ଷର ବିକଳ୍ପ
ଏହି ବିକଳ୍ପରେ ଅତି କମରେ ୫୦ ହଜାର ଟଙ୍କା ବୀମା ମିଳିବ । ଏଥିପାଇଁ ଆପଣଙ୍କୁ ୪୦ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହାସହ ୩-୬-୯ ବର୍ଷରେ ମନି ବ୍ୟାଙ୍କରେ ୧୫ ପ୍ରତିଶତ ଟଙ୍କା ରିଟର୍ନ ମିଳିଥାଏ । ଏହାଛଡା ୧୨ ବର୍ଷରେ ସଂପୂର୍ଣ୍ଣ ଟଙ୍କା ରିଟର୍ନ ମିଳିଯିବ । ଏହି ଯୋଜନାରେ ଲୋକଙ୍କୁ ଅନ୍ତରେ ୮୦ରୁ ୮୫ ଟଙ୍କା ରିଟର୍ନ ମିଳିବ ।
୧୫ ବର୍ଷର ବିକଳ୍ପ
ଏହି ଯୋଜନାରେ ଅତି କମରେ ୫୦ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହି ଯୋଜନାରେ ୩-୬-୯ ଓ ୧୨ ବର୍ଷରେ ୧୫-୧୫ ପ୍ରତିଶତ ଟଙ୍କା ରିଟର୍ନ ମିଳିବ । ନିବେଶକୁ ସର୍ବମୋଟ ୧.୪୦ ଲକ୍ଷ ଟଙ୍କା ମିଳିିବ ।
from Kanak News https://ift.tt/2DCpIXI https://ift.tt/2RS1qMu
No comments: