୧୨ ହଜାର ଟଙ୍କାରେ ନାବାଳିକାକୁ ଗୋଆରେ ବିକ୍ରି କରିଦେଇଥିଲା ଦଲାଲ; ପୋଲିସ ସହ ଝିଅକୁ ଉଦ୍ଧାର କରିବାକୁ ଯାଇଥିବାବେଳେ ବାପା ନିଖୋଜ
ସୁନ୍ଦରଗଡ଼ ୧୩/୧୧ : ସୁନ୍ଦରଗଡ ଟାଉନଥାନା ପଂଡରିଢିପା ଅଂଚଳର କାର୍ତିକ ତନ୍ତୀ । ନିଜ ସ୍ତ୍ରୀ ଓ 2 ଝିଅଙ୍କ ସହ ରହୁଥିଲେ । ଦିନ ମଜୁରିଆ ଭାବେ କାମ କରୁଥିବା ଙ୍କ ନାବାଳିକା ସାନଝିଅ ସହ ସୁନ୍ଦରଗଡ ସଦର ଥାନା ଅଂଚଳ ବଡମାଲ ଅଂଚଳର ଜଣେ ଯୁବକ ପ୍ରଥମେ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲା ପରେ ବାହା ହେବାକୁ କହି ଉକ୍ତ ଯୁବକ ଘରୁ ନେଇଯାଇଥିଲା । ବାହା ହେବାର ମିଥ୍ୟା ପ୍ରତିଶୃତି ଦେଇଥାନ୍ତି ଅନେକ ସମୟରେ ଯୁବକମାନେ ମାତ୍ର ଇଏ ପ୍ରେମିକ ଏତେ ବଡ ଶଇତାନ ହୋଇପାରେ ତାହା କେହି କେବେ କଳ୍ପନା କରିପାରିବେନି । ନାବାଳିକାକୁ ଘରୁ ନେଇଯାଇ ଗୋଆରେ ମାତ୍ର ୧୨ ହଜାର ଟଙ୍କାରେ ବିକ୍ରୀ କରିଦେଇ ସେଠାରୁ ଚମ୍ପଟ ମାରିଥିଲା ଏହି ଧୋକାବାଜ ପ୍ରେମିକ । ପରେ ଏହି ଘଟଣା ସମ୍ପର୍କରେ ନାବାଳିକାର ପରିବାର ବର୍ଗ ସବୁ କିଛି ଜାଣିବା ପରେ ପୋଲିସର ସହାୟତା ଲୋଡିଥିଲେ । ଗତ ୮ ତାରିଖରେ ନାବାଳିକାକୁ ଗୋଆରୁ ଉଦ୍ଧାର କରିବା ପାଇଁ ଟାଉନ ଥାନାର ସବଇନିସପେକ୍ଟର କାଶିନାଥ ବାରିକ ଓ ଜଣେ ମହିଳା କନେଷ୍ଟବଳ ନାବାଳିକାର ବାପା ଓ ସର୍ମ୍ପକିୟ ଭାଇ ବାହାରିଥିଲେ ଗୋଆ ଅଭିମୁଖେ । ହେଲେ ମଝି ରାସ୍ତାରେ କେଉଁଠି ନିଖୋଜ ହୋଇଯାଇଥିଲେ ନାବାଳିକାର ବାପା । ତବେ ପୋଲିସ ଏହାକୁ ଅତି ହାଲକା ଭାବେ ନେବା ସହ ଗୋଆର ମାଂଡଗାଁଓ କୁ ଯାଇଥିଲେ । ସେଠାରେ ନାବାଳିକାକୁ ଉଦ୍ଧାର କରିଥିଲେ ମାତ୍ର ନିଖୋଜ ବାପାଙ୍କ କୌଣସି ସନ୍ଧାନ ମିଳିନଥିଲା । ଦୈନିକ ମଜୁରୀ କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବ୍ୟକ୍ତି ବର୍ତମାନ ନିଖୋଜ ହେବା ପରେ ପରିବାରର ଦୁଃଖ ବଢିଯାଇଛି । ପୋଲିସ ଉପସ୍ଥିତିରେ ଏହିଭଳି ଘଟଣା କିପରି ଘଟିଲା ବୋଲି ଉଦ୍ଧାର ନାବାଳିକାର ମାଁ ପ୍ରଶ୍ନ କରିବା ସହ ଗୋଆ ଯିବା ଆସିବା ପାଇଁ ସମସ୍ତ ଟଙ୍କା ନାବାଳିକାର ପରିବାର ବର୍ଗ ଦେଇଥିବା କହିଛନ୍ତି ନାବାଳିକାର ଭାଇ ।
ଚାକିରୀ ଭଲ ଦରମାଭଳି ପ୍ରଲୋଭନରେ ପଡି ଜିଲ୍ଲାର ବିଭିନ୍ନ ଅଂଚଳରୁ ଯୁବତୀ ମାନଙ୍କୁ ଦଲାଲ ମାନେ ଦିଲ୍ଲି,ବମ୍ବେ, ଭଳି ସହରରକୁ ନେଇଥାନ୍ତି କିନ୍ତୁ ପରେ ଯୁବତୀମାନେ ନାନାଦି ନିର୍ଯ୍ୟ।ତନାର ଶିକାର ହୋଇଥାନ୍ତି । ତବେ ଗୋଆରେ ବିକ୍ରୀ ହୋଇଯାଇଥିବା ଏହି ନାବାଳିକାକୁ ଆଣିବାକୁ ଯାଇଥିବା ସମୟରେ ତାର ବାପା ନିଖୋଜ ହୋଇଯିବା ପୋଲିସର ଦାୟିତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଠି କରିଛି । ବୋଝ ଉପରେ ନଳିତା ବିଡା ଭଳି ଏହି ପରିବାର ଉପରେ ଆଉ ଏକ ଦୁଃଖ ଲଦି ହୋଇଗଲା ବୋଲି କହିଛନ୍ତି ସ୍ଥାନୀୟ କାଉନସିଲର ।
ଗୋଆରୁ ଆଜି ପୋଲିସ ଉକ୍ତ ନାବାଳିକାକୁ ଉଦ୍ଧାର କରି ଆଣିବା ପରେ ମାଜିଷ୍ଟେଟ ସାମ୍ନାରେ ତାର ବୟାନ ରେକର୍ଡ କରାଯିବା ସହ ନାବାଳିକାକୁ କିଛି ନିର୍ଯ୍ୟ।ତନା ଦିଆଯାଇଛି ନା ନାହିଁ ସେ ସମ୍ପର୍କରେ ମଧ୍ୟ ତଦନ୍ତ କରାଯିବ ବୋଲି ସଦର ଏସଡିପିଓ କହିଥିଲେ । କିନ୍ତୁ ପୋଲିସ ଉପସ୍ଥିତିରେ ନାବାଳିକାର ବାପା ନିଖୋଜ ନେଇ ପଚାରିବାରେ ଦାୟିତ୍ବହୀନ ମନ୍ତବ୍ୟ ଦେବା ସହ କହିଥିଲେ ଆମେ ଯାହାକୁ ଆଣିବାକୁ ଯାଇଥିଲୁ ତାକୁ ଆଣିଲୁ ତାର ବାପା ସାବାଳକ ସିଏ କୁଆଡେ ଗଲା ଆମେ ଜାଣିନାହୁଁ ମାତ୍ର ଏନେଇ ସେଠାକାର ପୋଲିସକୁ ଜଣାଇଦିଆଯାଇଛି ବୋଲି କହିଥିଲେ।
from News7 https://ift.tt/2RRvXK6
No comments: