ଯାଜପୁର ୧୩/୧୧: ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ଦଶରଥପୁରର ସରପଞ୍ଚ ଇନ୍ଦ୍ରଜିତ ଦାସଙ୍କ ବିରୁଦ୍ଧରେ ଦଶରଥପୁର ଗାଁର ଗୌତମ ମଲ୍ଲିକଙ୍କ ପତ୍ନୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ଖୋଦ୍ ପୀଡ଼ିତା । ସୂଚନା ଅନୁସାରେ ଗତ ୮ ଦିନ ପୂର୍ବରୁ ସରପଞ୍ଚ ଖୋଦ୍ ଯାଇଥିଲେ ପୀଡିତାଙ୍କ ଘରକୁ ଆଉ ତୁମର ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଆସିଅଛି; ତୁମେ ସମସ୍ତ କାଗଜ ପତ୍ର ନେଇ ପଞ୍ଚାୟତ କାର୍ଯ୍ୟାଳୟକୁ ଯିବ । ଆଜି ପୀଡ଼ିତା ଯାଇଥିଲେ ପଞ୍ଚାଯତ ଅଫିସକୁ । ସେଠାରେ ସରପଞ୍ଚ ତାଙ୍କୁ ୨୦,୦୦୦ ଟଙ୍କା ମାଗିଥିଲେ ହେଲେ ସେ ମନା କରିବାରୁ ଏଭଳି କରିଥିବା କହିଛନ୍ତି ପୀଡ଼ିତା ।
ପୀଡ଼ିତାଙ୍କ କହିବାନୁସାରେ ସମୟ ପ୍ରାୟ ୧୧.୩୦ ସମୟରେ ସେ ପଞ୍ଚାଯତ ଅଫିସକୁ ଯାଇଥିଲେ । ଅଫିସରେ କେହି ନଥିବାର ସୁଯୋଗ ନେଇ ସରପଞ୍ଚ ଏପରି କରିଥିବାର କହିଛନ୍ତି ପୀଡ଼ିତା । କାରଣ ସରପଞ୍ଚ ପୀଡିତାକୁ ୨୦,୦୦୦ ଟଙ୍କା ମାଗିଥିଲେ । ଆଉ ସେ ପଇସା ଦେବାକୁ ମନା କରିଥିଲେ । କ୍ରୋଧର ବଶବର୍ତ୍ତୀ ହୋଇ ପ୍ରଥମେ ଜାତିଆଣ ନେଇ କହିଥିଲେ ଓ ପରେ ତାଙ୍କ ସହ ଦୁଷ୍କର୍ମ କରିଥିବା କହିଛନ୍ତି ପୀଡିତା । ଏ ନେଇ ମଙ୍ଗଳପୁର ଥାନାରେ ପୀଡ଼ିତା ଲିଖିତ ଆକାରରେ ଜଣେଇଥିଲେ । ମଙ୍ଗଳପୁର ପୁଲିସ କେସ ନମ୍ବର ୨୬୫/୧୮ ରେ ମକଦ୍ଦମା ରୁଜୁ କରିଛି । ପୀଡ଼ିତାର ଡାକ୍ତରୀ ମାଇନା କରି କେସର ତଦନ୍ତ କରାଯିବ ବୋଲି କହିଛନ୍ତି ମଙ୍ଗଳପୁର ଥାନା ଅଧିକାରୀ ।
ଦୁଷ୍କର୍ମର ଶିକାର ହୋଇଥିବା ମହିଳାଙ୍କୁ କେବେ ମିଳୁଛି ନ୍ୟାୟ ତାହା ହିଁ ଦେଖିବାକୁ ବାକି ।
from News7 https://ift.tt/2QJgagA
No comments: