ତିତ୍‌ଲି ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ Rosalin Rath

ଗଜପତି: ବାତ୍ୟା ‘ତିତଲି’ ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି।

‘ତିତ୍‌ଲି’ ଉଜାଡ଼ି ଦେଇଛି ଚାଷୀର ବର୍ଷକର ଫସଲ। ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛକୁ ଛିଡ଼ା କରିବା ପାଇଁ ଦମ୍‌ ଲଗାଇ ଦେଇଛି ଚାଷୀ।

ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି ପଞ୍ଚାୟତରେ ବ୍ୟାପକ ଫସଲ ନଷ୍ଟ ହୋଇଛି। ଏବେ ମଧ୍ୟ ଅନେକ ଧାନ ବିଲରେ ପାଣି ଲହଡ଼ି ଭାଙ୍ଗୁଛି। ତେବେ ଅଧିକ କ୍ଷତିଗ୍ରସ୍ତ ହୋଇଛି ମକା ଚାଷ।

ଚଳିତବର୍ଷ ମୋହନା ବ୍ଲକରେ ୪ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ମକା ଚାଷ ହୋଇଥିଲା। ଯାହା ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ଫସଲ ତ ଉଜୁଡ଼ି ଗଲା। ଋଣ କରି ଚାଷ କରିଥିବା ଚାଷୀ ଏବେ କିପରି ଋଣ ପରିଷୋଧ କରିବ, ସେ ନେଇ ଚିନ୍ତାରେ ପଡ଼ିଯାଇଛି। ସେପଟେ କ୍ଷୟକ୍ଷତିର ଆକଳନ ପାଇଁ କୃଷି ଅଧିକାରୀ ପହଞ୍ଚି ନଥିବା ଚାଷୀ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ସହକାରୀ କୃଷି ଅଧିକାରୀ କହିଛନ୍ତି, କ୍ଷୟକ୍ଷତିର ଆକଳନ ପାଇଁ ୬ ଜଣ ଅଧିକାରୀ କ୍ଷତିଗ୍ରସ୍ତ ଅଞ୍ଚଳକୁ ଯାଇଛନ୍ତି। ଜଏଣ୍ଟ ଭେରିଫିକେସନ ପରେ ସରକାରୀ ନିୟମ ଅନୁସାରେ ହେକ୍ଟର ପିଛା ୬ ହଜାର ୮ ଶହ ଟଙ୍କା ଲେଖାଏଁ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ।

(ମୋହନାରୁ ମିହିର ଜତିଙ୍କ ରିପୋର୍ଟ)



from OTV Khabar https://ift.tt/2NL32VH
ତିତ୍‌ଲି ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ Rosalin Rath ତିତ୍‌ଲି ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ Rosalin Rath Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.