
ଉମରକୋଟ : ଟ୍ରକ୍ ପଛରେ ପିଟି ହେଲା ବାଇକ୍। ଚାଲିଗଲା ଦୁଇଟି ଜୀବନ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ନିକଟରେ।
ଗତକାଲି ରାତିରେ ୟୁଭି-୧ ବଡ଼କୁମାରୀ ଗ୍ରାମର ଦୁଇ ଜଣ ଯୁବକ ବାଇକ୍ ଯୋଗେ ଉମରକୋଟକୁ ଦୁର୍ଗାପୂଜା ଦେଖିବାକୁ ଆସୁଥିଲେ। ତେବେ ଉମରକୋଟ-ରାଇଘର ରାସ୍ତାରେ ଥିବା ପେଟ୍ରୋଲ୍ ପମ୍ପ ନିକଟରେ ସେମାନେ ଏକ ଟ୍ରକ୍କୁ ପଛରୁ ଧକ୍କା ଦେଇଥିଲେ।
ମୃତକ ଦ୍ୱୟ ହେଲେ ମଞ୍ଜିତ ବେପାରି ଓ ସତ୍ୟଜିତ ସରକାର। ମଞ୍ଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ସତ୍ୟଜିତଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିଆଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଥିଲା।
from OTV Khabar https://ift.tt/2q6jZAN
ଟ୍ରକ୍ ପଛରେ ପିଟି ହେଲା ବାଇକ୍, ଦୁଇ ମୃତ Rosalin Rath
Reviewed by SUBHENDU BARAL
on
October 18, 2018
Rating:
No comments: