ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ତେଜୁଛି ବିବାଦ Rosalin Rath

ଥିରୁଅନନ୍ତପୁରମ୍: କେରଳ ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗତକାଲିର ବ୍ୟାପକ ହିଂସାତ୍ମକ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ସଜାଗ ହୋଇଛି।

ପାମ୍ପା, ନିଲାକଲ୍, ସାନ୍ନିଧାମ ଏବଂ ଇଲାଭୁଙ୍ଗୁଲ ଅଞ୍ଚଳରେ ୧୪୪ ଧାରାଜାରି ହୋଇଛି। କୌଣସି ମତେ ଏହି ଅଞ୍ଚଳରେ ୪ରୁ ଅଧିକ ଲୋକେ ବୁଲି ପାରିବେ ନାହିଁ ବୋଲି ପୁଲିସ୍‌ର ନିର୍ଦ୍ଦେଶ ରହିଛି। ଅନ୍ୟପଟେ ଗତକାଲି ଶ୍ରଦ୍ଧାଳୁଙ୍କ ଉପରେ ପୁଲିସ୍‌ର ମାଡ଼ ଅଭିଯୋଗ କରି ସବରିମାଳା ସୁରକ୍ଷା କମିଟି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦେଇଛି।

ମହିଳାଙ୍କ ପ୍ରବେଶକୁ ବିରୋଧ କରି ରାଜ୍ୟ ସାରା ଆନ୍ଦୋଳନ ଏବଂ ବିକ୍ଷୋଭ କରିବା ନେଇ କମିଟି ଯୋଜନା ରଖିଛି। ଅନ୍ୟପଟେ ଗତକାଲିଠୁ ଖୋଲିଥିବା ସବରିମାଳା ମନ୍ଦିରରେ ଶ୍ରଦ୍ଧାଳୁ ସ୍ୱାମୀ ଆୟାପ୍ପାଙ୍କ ଦର୍ଶନ କରିଛନ୍ତି।

ଏହାଛଡ଼ା ୫୦ ବର୍ଷରୁ ଉର୍ଦ୍ଧ ମହିଳା ମନ୍ଦିରରେ ପ୍ରବେଶ କରିଛନ୍ତି। ପୂର୍ବ ନିୟମ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଛିା ସବରିମାଳାରେ ସମସ୍ତ ବୟସର ମହିଳାଙ୍କୁ ପ୍ରବେଶ ନେଇ ସୁପ୍ରିମକୋର୍ଟ ରାୟ ଦେଇଥିଲେ। ତେବେ ଏହାକୁ ବିରୋଧ କରିବା ସହ ମନ୍ଦିର ଖୋଲିବା ପରେ ପ୍ରବଳ ବିରୋଧ ହୋଇଛି।



from OTV Khabar https://ift.tt/2EuQEKc
ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ତେଜୁଛି ବିବାଦ Rosalin Rath ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ତେଜୁଛି ବିବାଦ Rosalin Rath Reviewed by SUBHENDU BARAL on October 18, 2018 Rating: 5

No comments:

Powered by Blogger.