ତିତ୍‌ଲିରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି: ମୁଖ୍ୟ ଶାସନ ସଚିବ Rajalaxmi Sahoo

ଭୁବନେଶ୍ୱର: ବାତ୍ୟା ‘ତିତ୍‌ଲି’ ଯୋଗୁ ରାଜ୍ୟରେ ମୋଟ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ଏହି ସୂଚନା ଦେଇଛନ୍ତି।

ଆଜି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ବସିଥିଲା।

ଏହି ବୈଠକ ପରେ ସେ କହିଥିଲେ, ତିତ୍‌ଲିରେ ରାଜ୍ୟରେ ମୋଟ ୫୨ ଜଣଙ୍କ ମୃତ୍ୟୁ ଘଟିଛି। ଆଉ ୧୦ ଜଣଙ୍କ ମୃତ୍ୟୁ ନେଇ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଛି। ଗଜପତି ଜିଲ୍ଲାରେ ସର୍ବାଧିକ ୩୯ ଜଣଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାରେ ୧୨ ଏବଂ କନ୍ଧମାଳରେ ଜଣଙ୍କର ମୃତ୍ୟୁ ଘଟିଛି।”

ସେ ଆହୁରି ମଧ୍ୟ କହିଥିଲେ, ପ୍ରାଥମିକ ଆକଳନ ଅନୁସାରେ ପ୍ରାୟ ୨୨ଶହ କୋଟି କ୍ଷତି ହୋଇଛି। ରାସ୍ତାଘାଟ କ୍ଷତିର ପରିମାଣ ୫୦୦ କୋଟି ଆକଳନ କରାଯାଇଛି। ବିଦ୍ୟୁତ୍‌ ବିଭାଗର ୧୩୩ କୋଟି ଟଙ୍କା କ୍ଷତି ହୋଇଛି। ସେହିପରି ଘର ନଷ୍ଟ  ହୋଇ ୧୫୦ କୋଟି ଟଙ୍କା କ୍ଷତି ହୋଇଛି।

ଏହି ସମୀକ୍ଷା ବୈଠକରେ ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀଙ୍କ ସମେତ ଅନ୍ୟ ପ୍ରମୁଖ ବିଭାଗୀୟ ସଚିବ ଯୋଗ ଦେଇଥିଲେ।



from OTV Khabar https://ift.tt/2PzPFtm
ତିତ୍‌ଲିରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି: ମୁଖ୍ୟ ଶାସନ ସଚିବ Rajalaxmi Sahoo ତିତ୍‌ଲିରେ ୫୨ ଜଣଙ୍କ ମୃତ୍ୟୁ ଘଟିଛି: ମୁଖ୍ୟ ଶାସନ ସଚିବ Rajalaxmi Sahoo Reviewed by SUBHENDU BARAL on October 17, 2018 Rating: 5

No comments:

Powered by Blogger.