ରାଫେଲ୍ ଡିଲ୍ ନେଇ କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମ୍‌କୋର୍ଟ Pradesh Pratyush

ନୂଆଦିଲ୍ଲୀ  : ରାଫେଲ ଡିଲ ସମ୍ପର୍କିତ ସମସ୍ତ ତଥ୍ୟ ୧୦ଦିନ ଭିତରେ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଫେଲର ମୂଲ୍ୟ ଓ ଏହା ଦ୍ୱାରା କଣ ଫାଇଦା ମିଳିବ ,ସେ ସମ୍ପର୍କରେ ଜଉମୁଦ ଲଫାଫାରେ ଦାଖଲ କରିବାକୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବରୁ ଏ ସମ୍ପର୍କିତ ମାମଲାର ଶୁଣାଣି ବେଳେ ରାଫେଲ ଡିଲ ନିଷ୍ପତ୍ତି ସମ୍ପର୍କରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ରାଫେଲର ମୂଲ୍ୟ ଓ ତାହାର ପ୍ରୟୋଗ ଉପରେ କୌଣସି ତଥ୍ୟ ମାଗିବେ ନାହିଁ ବୋଲି ସ୍ପଷ୍ଟ କରିଥିଲେ। କିନ୍ତୁ ଅାଜି ସୁପ୍ରିମକୋର୍ଟଙ୍କ ପକ୍ଷରୁ ରାଫେଲର ମୂଲ୍ୟ ସମ୍ପର୍କରେ ଜଣାଇବାକୁ ନିର୍ଦ୍ଦେଶ ରହିଛି।

ନଭେମ୍ବର ୧୪ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଫ୍ରାନ୍ସର ଏକ କମ୍ପାନୀଠାରୁ ୫୯ହଜାର କୋଟି ଟଙ୍କା ବ୍ୟୟରେ ୩୬ଟି ଲଢୁଅା ବିମାନ କିଣାଯାଇଛି। ମାତ୍ର ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ତଦାରଖରେ ତଦନ୍ତ କରିବାକୁ ପିଟିସନ ଦାଖଲ ହୋଇଛି।



from OTV Khabar https://ift.tt/2yGM0Dk
ରାଫେଲ୍ ଡିଲ୍ ନେଇ କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମ୍‌କୋର୍ଟ Pradesh Pratyush ରାଫେଲ୍ ଡିଲ୍ ନେଇ କେନ୍ଦ୍ରକୁ ତଥ୍ୟ ମାଗିଲେ ସୁପ୍ରିମ୍‌କୋର୍ଟ Pradesh Pratyush Reviewed by SUBHENDU BARAL on October 31, 2018 Rating: 5

No comments:

Powered by Blogger.